ଭୁବନେଶ୍ୱର (ଏଟିଆର ବ୍ୟୁରୋ); କେନ୍ଦ୍ରରେ କିଏ ସରକାର ଗଢ଼ିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିଜେପି ନାଁ କଂଗ୍ରେସ ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନ ପାଲଟିଛି । ପ୍ରଶ୍ନ ହେବା ବି ଯୁକ୍ତିଯୁକ୍ତ ? କାରଣ ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଭାଗ୍ୟ ତାଲା ପଡି ରହିଛି ଇଭିଏମ ଭିତରେ । ଏସବୁ ଭିତରେ କିନ୍ତୁ କିଏ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ହେବ ସେଥିନେଇ ଦେଶର ପ୍ରମୁଖ ଆଞ୍ଚଳିକ ଦଳର ମୁଖ୍ୟ ମାନଙ୍କର ନାମ ସାମନାକୁ ଆସିଛି । ଯେଉଁଥିରେ ସବୁଠି ଆଗରେ ରହିଛି ଓଡିଶାରେ ୪ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ।
ଗତକାଲି ବରିଷ୍ଟ ବିଜେଡି ନେତା ସୂର୍ଯ୍ୟ ପାତ୍ରଙ୍କ କଥା ରୋଚକ ମୋଡକୁ ଆଣିଛି । ପୂର୍ବରୁ ନବୀନ ମଧ୍ୟ ସୂଚନା ଦେଇଥିଲେ । କେନ୍ଦ୍ରରେ ସରକାର ଗଢ଼ିବାରେ ବିଜେଡି ଗେମ ଚେଞ୍ଜର ରହିବ । ଅପରପକ୍ଷରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ବିଜେଡି ନବୀନଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡିଛନ୍ତି । କଂଗ୍ରେସ ପକ୍ଷରୁ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ସେହିଭଳି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନବୀନଙ୍କୁ ପ୍ରଂଶସା କରିବାର ଖବର ନଜରକୁ ଆସିଥିଲା । ତେବେ ନବୀନ କାହାକୁ ସମର୍ଥନ କରିବେ ତାହା ଏପଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । ତେବେ ବିଜେଡି ନେତା ଶ୍ରୀପାତ୍ର କଂଗ୍ରେସଠାରୁ ସମଦୂରତା ରକ୍ଷା କରିବା କହିଛନ୍ତି । ତେବେ ନବୀନଙ୍କ ମୋଡ କେଉଁଆଡେ ରହିବ ଆଗାମୀ ୨୩ରେ ଜଣା ପଡିବ ।