ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚନ୍ଦ୍ରଶେଖରପୁରରେ ଛାତ୍ରଙ୍କୁ ଅପହରଣ ଘଟଣାରେ ପୁଲିସ ସ୍କାନରକୁ ଆସିଥିଲେ ମାୟାବିନି ଯୁବତୀ । ଯିଏ ପୂରା ନାଟକରେ ରଂଗ ଭରୁଥିଲେ । ତେବେ ସେହି ମାୟାବିନି ଯୁବତୀଙ୍କ ସୁରାକ ପାଇଛି ପୁଲିସ ।
ଜଣେ ନୁହେଁ ବରଂ ୨ଜଣ ଯୁବତୀ ଥିବା ଏବେ ପୁଲିସ ଜାଣିବାକୁ ପାଇଛି । ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତିି । ଫେସବୁକ ଫେକ ଆଇଡି ଓ ଫୋନ କଲରେ ଉଭୟ କରୁଥିଲେ ହନିଟ୍ରାପ୍ । କଅଁଳିଆ ଭଏସରେ ଜାଲ ବିଛାଇ ଅପହରଣ କରିବାକୁ ଜାଲ ବିଛାଉଥିବା ଏହି ମାୟାବିନି ୨ଜଣଙ୍କୁ ଧରିବା ଲାଗି ଆରମ୍ଭ ହୋଇଛି ପୁଲିସର ସ୍ପେଶାଲ ଡ୍ରାଇଭ । ଉଭୟ ଭୁବନେଶ୍ୱରର ଉପାନ୍ତ ଅଞ୍ଚଳରେ ଥିବା ଜଣାପଡିଛି ।