ପୁରୀ ( ଏଟିଆର ବ୍ୟୁରୋ): କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଶ୍ରୀମନ୍ଦିରର ପୁନଃଉଦ୍ଧାର କରିବା ନେଇ ସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀ ମନ୍ଦିର ଦର୍ଶନ କରି ଶ୍ରୀ ସେ କହିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ପୁନଃଉଦ୍ଧାର କରାଯିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ସେ ଶ୍ରୀ ମନ୍ଦିର ଦର୍ଶନ କରିବା ସହିତ କାର୍ଯ୍ୟର ସମୀକ୍ଷା କରିଥିଲେ । ସୂଚନାଯୋଗ୍ୟ ଗତ ୩ ତାରିଖରେ ହୋଇଥିବା ମହାବାତ୍ୟା ଫୋନିର ପ୍ରଭାବରେ ପୁରୀ ଶ୍ରୀ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମନ୍ଦିର ବେଢା ବୁଲି ଦେଖିଥଲେ । ସେ ଆହୁରି ମଧ୍ୟ କହିଛନ୍ତି ପୁରୀରେ ପାନୀୟ ଜଳ, ଟେଲିଫୋନ ଓ ବିଦ୍ୟୁତ ସଂଯୋଗ ନେଇ କାମ ଜୋରଦାର ଚାଲିଛି । ପୁରୀ ସ୍ୱଭାବିକ ଅବସ୍ଥାକୁ ଫେରୁଛି , ପୂର୍ବରୁ ପୁନଃଉଦ୍ଧାର ନେଇ ଏଏସଆଇ ଓ ଡିଜିଙ୍କ ସହିତ ଆଲୋଚନା ହୋଇଥିଲା । ଏଏସଆଇ ମନ୍ଦିର ସ୍ଥତି ସମୀକ୍ଷା କରିଛନ୍ତି ବୋଲେି ଶ୍ରୀ ପ୍ରଧାନ କହିଛନ୍ତି ।
ସୂଚନାଯୋଗ୍ୟ ଯେ ବାତ୍ୟା ବିପନ୍ନଙ୍କୁ ମାଗଣା କିରୋସିନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ଏ ନେଇ କେନ୍ଦ୍ର ପକ୍ଷରୁ ମାଗଣା କିରୋସିନ ଦେବାକୁ କେନ୍ଦ୍ରସରକାର ସହମତି ଜଣାଇଛନ୍ତି । କାମ ଯେଉଁଭଳି ଭାବେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଖୁବ କମ ଦିନ ମଧ୍ୟରେ ପୁରୀରେ ସବୁ ସ୍ୱଭାବିକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।