ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମେଟ୍ରକି ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳ ବାହାରିବା ଏବେ ନେତାଙ୍କ ଭାଗ୍ୟ ଫଳ ବାହାରିବାକୁ ବାକି ରହିଛି । ଆସନ୍ତା କାଲି ୧୪୬ ବିଧାନସଭା ଏବଂ ୨୧ ଲୋକସଭା ଆସନରେ ନିଜର ଭାଗ୍ୟ ନିର୍ଦ୍ଧାରଣ କରିଥିବା ରାଜ୍ୟ ନେତାଙ୍କ ଫଳାଫଳ ବାହାରିବାକୁ ଯାଉଛି । ତେବେ ପୂର୍ବରୁ ପ୍ରକାଶ ପାଉଥିବା ଫଳାଫଳ ଅପେକ୍ଷା ଚଳିତ ବର୍ଷ ବିଳମ୍ବ ହୋଇପାରେ ବୋଲି ସୂଚନା ଦେଇଛନ୍ତି ସିଇଓ ।
ଆସନ୍ତା କାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପୂର୍ବରୁ କେବଳ ଇଭିଏମରେ ଗଣତି ହେଉଥିଲା । କିନ୍ତୁ ଚଳିତ ବର୍ଷ ଭିଭିପାଟରେ ଗଣତି ହେବ । ଏହା ସହ ଏକ ଲକ୍ଷ ପୋଷ୍ଟାଲ ବାଲାଟ ଓ ୪୩ ହଜାରରୁ ଅଧିକ ସର୍ଭିସ ଭୋଟ ମଧ୍ୟ ଗଣତି ହେବାକୁ ଯାଉଥିବା ବେଳେ ପୂର୍ବାପେକ୍ଷା ବୁଥ ସଂଖ୍ୟା ମଧ୍ୟ ବଢ଼ିଛି । ଯେଉଁ କାରଣରୁ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଏଥରକ ମଧ୍ୟ ଷଯବୁଲ ସଂଖ୍ୟା ବଢ଼ିଛି । ୨୨ଟି ଜିଲ୍ଲାରେ ୪୧୧ଟି ଟେବୁଲ ବଢ଼ାଯାଇଛି ।
ପୂର୍ବରୁ ୭ଟି ଲେଖାଏଁ ଟେବୁଲରେ ଗଣତି ହେଉଥିବା ବେଳେ ଏଥର ୧୦ଟି ଟେବୁଲରେ ଗଣତି ହେବାକୁ ଯାଉଛି ।ଅପରପକ୍ଷରେ ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ମଧ୍ୟ ସମସ୍ତ ପ୍ରକାର ସୁବିଧା କରାଯାଇଛି । ମତଦାନ ସମୟରେ ଚଳିତ ବର୍ଷ କେତେକ ଭୋଟରେ ଗଣ୍ଡଗୋଳ ହୋଇଥିଲା । ଯେଉଁ କାରଣରୁ ସାନି ମତଦାନ ମଧ୍ୟ କରାଯାଇଛି ।