ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ରାଜ୍ୟରେ ବ୍ୟାପିବାକୁ ଲାଗିଲାଣି କରୋନା ସଂକ୍ରମଣ । ଖୁବଶୀଘ୍ର ବସ୍ ଚଳାଚଳ ନେଇ ଏସଓପି ଜାରି କରାଯାଇ ପାରେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ମନ୍ତ୍ରୀ କହିଛନ୍ତି କି, ଛତିସଗଡରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ବସ୍ ଚଳାଚଳ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି । ତର୍ଜମା କରିବା ପରେ ନିଷ୍ପତି ନିଆଯିବ । ଯାହା ଗାଇଡ ଲାଇନ୍ ରହିଛି ତାହା ଆଧାରରେ ଆରଟିଓମାନେ ବର୍ଡର ଚେକିଂ ପଏଣ୍ଟରେ ଚେକିଂ କରିବେ । କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ହେତୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକଣା ଜାରି କରିବା ପାଇଁ ଆଲୋଚନା କରୁଛୁ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।