ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସିକା ଲୋକସଭା ଆସନରୁ ପ୍ରଥମ କରି ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରମିଳା ବିଶୋଇ ଏବେ ଆଗୁଆ ରହିଛନ୍ତି । କଂଗ୍ରେସ ଓ ବାମପନ୍ଥୀ ମେଣ୍ଟରୁ ପ୍ରାଥୀ ହୋଇଥିବା ରାମ କୃଷ୍ଣ ପଣ୍ଡା ଏବଂ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରିୟଦର୍ଶୀନିଙ୍କ ଠାରୁ ଅଧିକ ଭୋଟରେ ପ୍ରମିଳା ଆଗୁଆ ରହିଛନ୍ତି । ଚଳିତ ଥର ପ୍ରଥମ କରି ରାଜନୀତି ଠାରୁ ବହୁତ ଦୂରରେ ଥିବା ପ୍ରମିଳାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ କରି ସେଠାରେ ପ୍ରମିଳା ବିଷାଇଙ୍କ ଉପରେ ଭରଷା କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ବେଶ ଚର୍ଚ୍ଚା ହୋଇଥିଲା । ପ୍ରମିଳା ଜଣେ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାର୍ଥୀ ରହିଥିଲେ । ତେବେ ଏବେ ପ୍ରମିଳାଙ୍କ ଉପରେ ସାରା ରାଜ୍ୟର ନଜର ରହିଛି ।
ସେହିଭଳି ଭୁୂବନେଶ୍ୱର ଲୋକସଭା ଆସନରୁ ପ୍ରଶାସକ ଚାକିରିରୁ ଅବସର ନେଇ ରାଜନୀତିରେ ପାଦ ଥାପିଥିବା ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଆଗରେ ଅଛନ୍ତି ।କଂଗ୍ରେସ ଓ ବାମପନ୍ଥୀ ପ୍ରାର୍ଥୀ ଜନାର୍ଦ୍ଦନ ପତି ଓ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ଠାରୁ ଅପରାଜିତା ଆଗରେ ରହିଛନ୍ତି । ଅପରାଜିତା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅପରାଜିତା ଆଗରୁ ବିଭିନ୍ନ ଗୁରୁତ୍ୱ ବିଭାଗରେ କାମ କରିଥିଲେ । ଖାସ କରି ଗଣଶିକ୍ଷା ବିଭାଗ ଓ ବିଏମସି କମିଶନର ଥିବାବେଳେ କିଛି ଉଲ୍ଲେଖନୀୟ ପଦକ୍ଷେପ ପାଇଁ ସେ ଚର୍ଚ୍ଚାରେ ରହିଥିଲେ । ତେବେ ଆଉ କିଛି ସମୟ ପରେ ଜଣା ପଡିବ ଅପରାଜିତାଙ୍କ ଭାଗ୍ୟ ତାଙ୍କୁ କେତେ ସାଥ ଦେଉଛି ।