ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସମଲିଙ୍ଗୀ ସମ୍ପର୍କକୁ ନେଇ ଦୁଇ ତିନି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ତେବେ ଗତକାଲି ସେ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମର ଲୋକପ୍ରିୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଗୀବନର କିଛି ଅକୁହା କଥାକୁ କହିଛନ୍ତି । ଯାହା ଶୁଣିଲେ ଆପଣ ବି ହୋଇଯିବେ ଚକିତ । ଦୂତି ଜଣେ ଝିଅଙ୍କୁ ବିବାହ କରିବାର ନିଷ୍ପତି ନେଇଥିବା ବ୍ର ପ୍ରସାରଣ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ବହୁ ଖରାପ ଭାଷାରେ କମେଣ୍ଟ କରାଯାଉଥିବା ମଧ୍ୟ ନଜରକୁ ଆସିଛି ।
ଦୂତି ଗଣମାଧ୍ୟମ ଆଗରେ ସମଲିଙ୍ଗୀ ସମ୍ପର୍କରେ ପ୍ରକାଶ କରିଥିବା ଝିଅ ହେଉଛନ୍ତି ତାଙ୍କ ଦ୍ୱିତୀୟ ପ୍ରେମ । ପୂର୍ବରୁ ସେ ଅନ୍ୟ ଜଣଙ୍କୁ ପ୍ରେମ କରୁଥିଲେ । ତେବେ ତାଙ୍କ ପ୍ରଥମ ପ୍ରେମ ଜଣେ ପୁଅ ଥିଲେ । ହଷ୍ଟେଲରେ ରହୁଥିବା ବେଳେ ଦୂତି ଜଣେ ପୁଅଙ୍କୁ ମନ ଦେଇଥିଲେ । ଦୁହିଁଙ୍କ ମନରେ ଦୀର୍ଘଦିନ ଧରି ପ୍ରେମ ଚାଲିଥିଲା । କିନ୍ତୁ ଯେତେବେଳେ ଦୂତିଙ୍କଠାରେ ପୁଅ ହରମୋନ ଅଧିକ ଥିବା ଖବର ପ୍ରକାଶ ପାଇଥିଲା ସେତେବେଳେ ତାଙ୍କ ପୁରୁଷ ବନ୍ଧୁ ଦୁରେଇ ଯାଇଥିଲେ ।
ଏହି ବ୍ରେକଅପ ପରେ ଗାଁର ଜଣେ ଝିଅକୁ ନିଜର ମନ ଦେଇଛନ୍ତି । ତେବେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ କରିଥିଲେ କି ତମ ପ୍ରେମରେ ଖଳନାୟକ କଣ ବଡ ଭଉଣୀ । ଯଦିଓ ଦୂତି ବଡ ଭଉଣୀଙ୍କ ବିଷୟରେ ଏତେ କିଛି କହିନଥିଲେ ତଥାପି ସେ କହିଛନ୍ତି କି କାହାଣୀରେ ଖଳନାୟକ ନରହିଲେ ଭଲ ଲାଗିବନି ।