ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାଲିଛି ଭୋଟ ଗଣତି । କିଏ କେତେବେଳେ ଆଗେଇ ଯାଉଛି ତ ଆଉ କିଏ ପଛରେ । ଏହି ହାଟବିଟ ଗଣତି ମଧ୍ୟରେ ରାଜ୍ୟର ୨୧ଟି ଯାକ ଲୋକସଭା ଆସନରେ ବିଜେଡି ୧୪ଟି ଆସନରେ ଆଗୁଆ ରହିଥିବା ବେଳେ ୭ଟି ଆସନରେ ଆଗୁଆ ରହିଛି ବିଜେପି । କଂଗ୍ରେସ କୌଣସି ଗୋଟିଏ ବି ଆସନରେ ଲିଡ କରିନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ଆସନରେ କିଏ ଆଗୁଆ ରହିଛି । ସୂଚନାଯୋଗ୍ୟ,ଦିନ ୧ ଭିତରେ ଆସିଥିବା ରିପୋର୍ଟ ଅନୁଯାୟୀ
ବିଜେଡି ଲିଡରେ ଥିବା ଲୋକସଭା ଆସନ ଗୁଡିକ ହେଲା:
କନ୍ଧମାଳ-୧୨ଟା ପୂର୍ବରୁ ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁ ଆଗୁଆ ରହିଥିବା ବେଳେ ଏବେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଆଗେଇ ଯାଇଛନ୍ତି ।
ବାଲେଶ୍ୱର-ଏଠାରେ ମଧ୍ୟ ସମାନ ପରିସ୍ଥିତି ପ୍ରଥମେ ବିଜେପି ପ୍ରତାପ ଷଢ଼ଙ୍ଗୀ ଆଗରେ ରହିଥିଲେ କିନ୍ତୁ ଏବେ ରବିନ୍ଦ୍ର ଜେନା ପୁଣିଥରେ ଆଗକୁ ପଳେଇଛନ୍ତି ।
ନବରଙ୍ଗପୁର-ରମେଶ ମାଝୀ ବିଜେଡି ପ୍ରାର୍ଥୀ ଏଠାରେ ଆଗୁଆ ଅଛନ୍ତି ।
ବ୍ରହ୍ମପୁର-ଚନ୍ଦ୍ରଶେଖର ସାହୁ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି । ତାଙ୍କ ପଛକୁ ରହିଛନ୍ତି ଭୃଗୁବକ୍ସି ପାତ୍ର ।
କୋରାପୁଟ-କୌଶଲ୍ୟା ହେକେକା ଆଗରେ ରହିଛନ୍ତି ।
କଳାହାଣ୍ଡି-ପୁଷ୍ପେନ୍ଦ୍ର ସିଂହଦେଓ ଆଗରେ ରହିଛନ୍ତି ।
ଆସିକା-ପ୍ରମିଳା ବିଶୋଇ ଆଗରେ ରହିଛନ୍ତି ।
କେନ୍ଦ୍ରାପଡା-ଅନୁଭବ ମହାନ୍ତି ଆଗରେ ରହିଛନ୍ତି ।
ଭଦ୍ରକ-ମଞ୍ଜୁଲତା ମଣ୍ଡଳ ଆଗରେ ରହିଛନ୍ତି ।
ବାରିପଦା-ଦେବାଶିଷ ମାରାଣ୍ଡି ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି ।
କେନ୍ଦୁଝର-ଚନ୍ଦ୍ରାଣୀ ମୁର୍ମୁ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି ।
ଜଗତସିଂହପୁ-ରାଜଶ୍ରୀ ମଲ୍ଲିକ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି ।
ଯାଜପୁର-ଶର୍ମିଷ୍ଠା ସେଠୀ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି ।
କଟକ-ଭର୍ତ୍ତୁହରି ମହତାବ ବିଜେଡି ପ୍ରାର୍ଥୀ ଆଗରେ ରହିଛନ୍ତି ।
ବିଜେପି ଲିଡରେ ଥିବା ଆସନ ଗୁଡିକ ହେଲା:
ସମ୍ବଲପୁର-ନିତୀଶ ଗଙ୍ଗଦେବ ଆଗରେ ଅଛନ୍ତି ।
ସୁନ୍ଦରଗଡ-ଜୁଏଲ ଓରାମ ଆଗରେ ଅଛନ୍ତି ।
ବରଗଡ-ସୁରେଶ ପୂଜାରୀ ଆଗରେ ଅଛନ୍ତି ।
ବଲାଙ୍ଗୀର-ସଙ୍ଗୀତା ସିଂହଦେଓ ଆଗରେ ଅଛନ୍ତି । ଏଠାରେ ଦିଅର ଭାଉଜ ଲଢ଼େଇ ହୋଇଛି ।
ଢ଼େଙ୍କାନାଳ-ରୁଦ୍ରନାରାୟଣ ପାଣୀ ଆଗରେ ଅଛନ୍ତି ।
ଭୁବନେଶ୍ୱର-ଅପରାଜିତା ଷଢ଼ଙ୍ଗୀ ଆଗରେ ରହିଛନ୍ତି ।
ପୁରୀ-ଏଠାରେ କଡା ଟକ୍କର ଦେଖିବାକୁ ମିଳୁଛି । ବିଜେପି ପ୍ରାର୍ଥୀ ସମ୍ପିତ ପାତ୍ର ଆଗରେ ରହିଛନ୍ତି ।