ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାପା ବରିଷ୍ଟ ନେତା କିନ୍ତୁ ପଛରେ ରହିଛନ୍ତି । ପୁଅ ନୂଆ କରି ରାଜନୀତି ମଇଦାନରେ ପାଦ ଦେଇଥିଲେ ସୁଦ୍ଧା ଆଗରେ ରହିଛନ୍ତି । ଆମେ ଦାମ ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତଙ୍କ କଥା କହୁଛୁ । ପାରଦୀପ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିବା ସମ୍ବିତ ରାଉତରାୟ ଆଗରେ ରହିଛନ୍ତି । କିନ୍ତୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିବା ଦାମ କିନ୍ତୁ ପଛରେ ପଡିଯାଇଛନ୍ତି ।
ପାରାଦୀପ ଆସନରୁ ଦୁଇଥର ବିଧାୟକ ହୋଇଥିଲେ ଦାମ । କିନ୍ତୁ ଚଳିତ ନିର୍ବାଚନରେ ସେ ବିଜେପି ପକ୍ଷରୁ ଏରସମାରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡିର ରଘୁନନ୍ଦନ ଦାସଙ୍କ ସହ ତାଙ୍କ ଟକ୍କର ହେଉଛି । କିନ୍ତୁ ଦାମ ପଛରେ ପଡିଯାିଛନ୍ତି । ପୂର୍ବଥର ରଘୁନନ୍ଦନ ଏଠାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ବିଜେଡି ଟିକେଟରେ ଲଢ଼ୁଛନ୍ତି । ଦାମ ବାଲିକୁଦା-ଏରସମାରୁ ୫ଥର ବିଜୟ ହୋଇଛନ୍ତି । କିନ୍ତୁ ଏଥର ଆଶା ଟିକେ ମଉଳିଲା ପରି ମନେ ହେଉଛି ।
ବାପା ବିଜେପିରେ ମିଶିଥିଲେ ସୁଦ୍ଧା ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ରହିଛନ୍ତି । ପ୍ରଥମଥର ପାଇଁ ପାରାଦୀପରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବଥର କଂଗ୍ରେସ ପକ୍ଷରୁ ଲଢ଼ିଥିବା ବାପି ସର୍କେଲଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ସମ୍ବିତ । ତେବେ ବିଜେପିର ସମ୍ପଦ ମଧ୍ୟ କଡା ଟକ୍କର ଦେଇଛନ୍ତି କିନ୍ତୁ ସମ୍ବିତ ଆଗରେ ରହିଛନ୍ତି । ବାପାଙ୍କ ଅପେକ୍ଷା ତାଙ୍କ ପଲ୍ଲା ଭାରି ରହିଛି । ତେବେ ଶେଷ ରେଜଲ୍ଟ ନଆସିବା ପର୍ଯ୍ୟନ୍ତ କିଛି ସ୍ପଷ୍ଠ କହିହେବ ନାହିଁ ।