ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନରେ ପାରିବାରିକ ରାଜନୀତି ଦେଖିବା ପାଇଁ ମିଳିଥିଲା । କେଉଁଠି ବାପା-ପୁଅ ତ ଆଉ କେଉଁଠି ସ୍ୱାମୀ ସ୍ତ୍ରୀ । ତେବେ କେତେ ଜଣ ସଫଳ ହୋଇଥିବା ବେଳେ ଆଉ କେହି କେହି ମୁହଁ କାମୁଡି ପଡିଛନ୍ତି । କିନ୍ତୁ ଏହି ନିର୍ବାଚନରେ ଦୁଇଜଣ ଏମିତି ଯୋଗ୍ୟ ବାପାର ଯୋଗ୍ୟ ପୁଅ ଅଛନ୍ତି ଯେଉଁମାନେ କି ବାପାର ନାଁ ରଖିଛନ୍ତି । କଟକ ଜିଲ୍ଲାର ଦୁଇ ଆସନ ଚୌଦ୍ୱାର ଏବଂ ବାଙ୍କୀ ଆସନରେ ଲଢ଼ିଥିବା ଦୁଇ ପ୍ରଭାତଙ୍କ ପୁଅ ।
ବହୁ ବାଦ ବିବାଦ ପାଇଁ ବାପାଙ୍କ ବଦଳରେ ପୁଅ ପାଇଥିଲେ ଟିକେଟ । ବିଜେଡି ଟିକେଟରେ ଲଢ଼ିଥିବା କଟକ ଚୌଦ୍ୱାର ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ । ୨୦୧୪ରେ ପ୍ରଭାତ ବିଶ୍ୱାଳ ବିଜୟ ହୋଇଥିଲେ । କିନ୍ତୁ ଏଥରକ ତାଙ୍କ ପୁଅ ନିର୍ବାଚନକୁ ଓହ୍ଲାଇ ବିଜୟ ହୋଇଛନ୍ତି । ବରିଷ୍ଠ ନେତାଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି ସୌଭିକ । ଏଣୁ ସମସ୍ତେ କହୁଛନ୍ତି ଯୋଗ୍ୟ ବାପାର ଯୋଗ୍ୟ ସନ୍ତାନ ।
କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀରେ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ । ଏହି ଯୁବ ନେତା ପ୍ରଥମ ଥର ଲାଗି ନିର୍ବାଚନକୁ ସାମନା କରିଛନ୍ତି । କିନ୍ତ ଭୋଟର ତାଙ୍କ ଉପରେ ଭରଷା କରି ବହୁମତ ଦେଇଛନ୍ତି । ଶେଷରେ ବିଜୟ ବାନା ଉଡାଇ ବାପାଙ୍କ ଟେକ ରଖିବାରେ ସକ୍ଷମ ହୋଇଛନ୍ତି ଦେବୀରଞ୍ଜନ । ସେ ଚଳିତ ବର୍ଷ ୭୪ ହଜାର ୫୯୯ ଖଣ୍ଡ ଭୋଟ ପାଇ ୨୪ ହଜାର ୧୧୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।