ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁରୀରେ କାମ ଦେଲାନି ନବୀନ ମ୍ୟାଜିକ୍ । ମହେଶ୍ୱର ମହାନ୍ତିଙ୍କ ଭଳି ଅଭିଜ୍ଞ ନେତାଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଜୟନ୍ତ ଷଢ଼ଙ୍ଗୀ । ସାରା ଦେଶରେ ମୋଦି ଲହର ପୁରୀରେ ପଡିଥିଲା । ଯାହାକି ମହେଶ୍ୱର ମହାନ୍ତିଙ୍କୁ ପରାଜୟର ବାଟ ଦେଖାଇଥିଲା । ନବୀନଙ୍କ ମ୍ୟାଜିକ କିମ୍ବା ମହେଶ୍ୱରଙ୍କ ପୁରୁଣା ରେକର୍ଡ ସବୁକିଛି ଫିକା ପଡିଥିଲା ପୁରୀରେ ।
ମହେଶ୍ୱର ମହାନ୍ତି ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା । ସେ ନବୀନ ସରକାରଙ୍କ ସମୟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ମଧ୍ୟ ରହିଛନ୍ତି । କିନ୍ତୁ ସବୁ କିଛି ତୁଛ ହୋଇଥିଲା ବିଜେପି ପ୍ରାର୍ଥୀ ଜୟନ୍ତ ଷଢ଼ଙ୍ଗୀଙ୍କ ଆଗରେ । ମହେଶ୍ୱର ୭୨୭୩୯ ଖଣ୍ଡ ଭୋଟ ପାଇଥିବା ବେଳେ ଜୟନ୍ତଙ୍କୁ ମିଳିଛି ୭୬୭୪୭ ଖଣ୍ଡ ଭୋଟ । ଶେଷର ୪ହଜାର ପାଖାପାଖି ଭୋଟରେ ବିଜୟୀ ହୋଇଥିଲେ । ବିଜେପି ଏବଂ ବିଜେଡି ଲଢ଼େଇରେ ପଛରେ ପଡିରହିଥିଲା କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ଅରୋପ୍ରସାଦ ମିଶ୍ର ମାତ୍ର ୨୯୩୪ ଖଣ୍ଡ ଭୋଟ ପାଇଛନ୍ତି । ଏଠାରେ ନୋଟାରେ ଅଧିକ ଯାଇଛି ।
ଜୟନ୍ତ ଷଢ଼ଙ୍ଗୀଙ୍କ ରାଜନୈତିକ ଗୁରୁ ହେଉଛନ୍ତି ମହେଶ୍ୱର ମହାନ୍ତି । କିନ୍ତୁ ଗୁରୁ ଶେଷରେ ଶିଶ୍ୟଙ୍କଠାରୁ ପରାଜୟ ବରଣ କରିବା ପାଇଁ ବାଧ୍ୟ ହୋଇଛନ୍ତି । ପୂର୍ବରୁ ମହେଶ୍ୱର ମହାନ୍ତିିଙ୍କ ରାଜନୈତିକ ଗୁରୁ କୁହାଯାଉଥିବା ବ୍ରଜ କିଶୋରଙ୍କୁ ମହେଶ୍ୱର ପରାସ୍ତ କରିଥିଲେ । ଯାହର ଫଳ ସ୍ୱରୂପ ସେ ଆଜି ନିଜ ଶିଶ୍ୟଙ୍କ ପରାସ୍ତ ହୋଇଛନ୍ତି । କଥାରେ ଅଛି ଇଟା ମାରିଲେ ପଥର ଥୁଆ । ଅନ୍ୟ ଏକ କଥା ରହିଛି କି ଯିଏ ନିଜ ବାପା ମାଙ୍କୁ ହଇରାଣ କରାଇଥାଏ ଶେଷ ସମୟରେ ତା ପୁଅ ତାକୁ ମଧ୍ୟ ପଚାରିନଥାଏ ।