ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଟୀକାକରଣ ଜାରି ରହିଥିବା ବେଳେ ଏବେ ଧୀରେ ଧୀରେ ସଫଳ ହେଉଛି ଟୀକାକରଣ । ଆଜ୍ଞା ହଁ ରାଜ୍ୟରେ ଗୋଟେଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟୀକାକରଣ କରାଯାଇଛି । ସେଥିପାଇଁ ଏହି ଉତ୍ସର୍ଗୀକୃ କାର୍ଯ୍ୟ ଯୋଗୁଁ ଟୀକାକରଣରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି ।
ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ଵ ଟିକାକରଣ ସମ୍ଭବ ହୋଇଛି। ଆସନ୍ତୁ ଟିକାକରଣ ଓ ମାସ୍କ ପରିଧାନ ନେଇ ସଚେତନତାକୁ ଆହୁରି ବ୍ୟାପକ କରିବା ଏବଂ ନିଜ ତଥା ନିଜ ପରିବାର ସହ ସାରା ଦେଶକୁ କୋଭିଡ ସଂକ୍ରମଣରୁ ସୁରକ୍ଷିତ ରଖିବା।#Odisha pic.twitter.com/mL36aLQhLU
— Naveen Patnaik (@Naveen_Odisha) June 22, 2021
ମୁଖ୍ୟମନ୍ତ୍ରୀ କହିଛନ୍ତି କି ଟୀକାକରଣରେ ନିୟୋଜିତ କର୍ମଚାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ଗୋଟେଦିନରେ ୩ ଲକ୍ଷ ୩୨ ଲକ୍ଷରୁ ଅଧିକ ଟୀକାକରଣ ସମ୍ଭବ ହୋଇଛି । ଆସନ୍ତୁ ଟୀକାକରଣ ଓ ମାସ୍କ ପରିଧାନ ନେଇ ସଚେତନତାକୁ ଆହୁରୀ ବ୍ୟାପକ କରିବା ଏବଂ ନିଜ ତଥା ନିଜ ପରିବାର ସହ ସାରା ଦେଶକୁ କୋଭିଡ ସଂକ୍ରମଣରୁ ସୁରକ୍ଷିତ ରଖିବା ।