ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ଜ୍ୟେଷ୍ଠମାସର ଚତୁର୍ଥ ବଡ ମଙ୍ଗଳବାର । ଏହିଦିନ ଭଗବାନ ହନୁମାନଙ୍କୁ ଅମରତ୍ୱର ବରଦାନ ମିିଳିଥିଲା । ସେଥିପାଇଁ ଜ୍ୟେଷ୍ଠ ମଙ୍ଗଳବାରକୁ ବଡ ମଙ୍ଗଳବାର ବୋଲି କୁହାଯାଇଥାଏ । ଏହିଦିନ ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ ।
ସେହିପରି ଆଜିର ଦିନରେ ଭଗବାନ ହନୁମାନଙ୍କର ୧୨ ଟି ନାମ ନିରନ୍ତର ଜପିବା ଦ୍ୱାରା ବ୍ୟକ୍ତିଙ୍କୁ ଦଶ ଦିଗ ଏବଂ ଆକାଶ-ପାତାଳରୁ ରକ୍ଷା କରିଥାନ୍ତି ହନୁମାନ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କର ୧୨ ଟି ନାମ..
ହଁ ହନୁମାନ, ଓଁ ଅଞ୍ଜନୀ ସୁତ, ଓଁ ବାୟୁ ପୁତ୍ର, ଓଁ ମହାବଳ, ଓଁ ରାମେଷ୍ଠ, ଓଁ ଫାଲ୍ଗୁନ ସଖା, ଓଁ ପିଙ୍ଗାକ୍ଷ, ଓଁ ଅମିତ ବିକ୍ରମ, ଓଁ ଉଦିଧିକ୍ରମଣ, ଓଁ ସୀତା ଶୋକ ବିନାଶନ, ଓଁ ଲକ୍ଷ୍ମଣ ପ୍ରାଣ ଦାତା, ଓଁ ଦଶଗ୍ରୀବ ଦର୍ପହା ।