ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ରାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ୫୦୦ ବର୍ଷର ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର ଓ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତିକ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି । ନିକଟରେ ନୟାଗଡ ଜିଲ୍ଲାର ମହାନଦୀ ଗର୍ଭରେ ଗୋପୀନାଥ ମନ୍ଦିର ଦେଖାଯିବା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ମନ୍ଦିର ପୁନଃଉଦ୍ଧାର କରାଯିବା ସହ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଓ କେନ୍ଦ୍ର ସାସ୍କୃତିକ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ବ୍ୟକ୍ତିଗତ ହସ୍ତକ୍ଷେପ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏହା ସହ ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି ଯେ, ଇଣ୍ଡିଆନ ନ୍ୟାସିନାଲ ଟ୍ରଷ୍ଟ ଆଣ୍ଡ କଲଚୁରାଲ ହେରିଟେଜ ଗୋପୀନାଥ ମନ୍ଦିରର ପରୀକ୍ଷଣ କରୁଥିବା ବେଳେ ଏହି ମନ୍ଦିରର ପ୍ରମୁଖ ଐତିହାସିକ ମହତ୍ୱ ରହିଥିବାର ଜଣାପଡିଥିଲା । ନଦୀ ଗର୍ଭରେ ଲିନ ହୋଇଯାଇଥିବା ଏହି ମନ୍ଦିର ପ୍ରତିମା ନୟାଗଡ ପାଖ ପଦ୍ମାବତି ଗ୍ରାମର ବୈଦେଶ୍ୱର ନିକଟ ମହାନଦୀ ମଝିରେ ଠାବ ହୋଇଛି । ପ୍ରାୟ ୫୫ ରୁ ୬୦ ଫୁଟ ଜଳମଗ୍ନ ଏହି ମନ୍ଦିର ଚୂଡର କାରୁକାର୍ଯ୍ୟ ଦେଖିଲେ ମନ୍ଦିରଟି ୧୫ ଶହ କିମ୍ବା ୧୬ ଶହ ଶତାଦୀର ହୋଇଥିବ ବୋଲି ଜଣାପଡୁଛି । ୧୯୩୩ ମସିହାରେ ହୋଇଥିବା ବନ୍ୟାରେ ଏହି ମନ୍ଦିର ମହାନଦୀ ଗର୍ଭରେ ଳୀନ ହୋଇଥିବାର ଆକଳନ କରାଯାଉଛି । ତେବେ ଏହି ମନ୍ଦିରର ଅଜ୍ଞାତ ଇତିଆସ, ସଂସ୍କୃତି ଏବଂ ଧାର୍ମିକ ମହତ୍ୱକୁ ଧ୍ୟାନରେ ରଖି ଏହାକୁ ପୁନଃଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସାନାନ୍ତର କରାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ।