ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ କନ୍ଧମାଳରେ ବାଜି ମାରିଲା ବିଜେଡି । ଗଡ ବଜାୟ ରଖିଛନ୍ତି ଅଚ୍ୟୁତ ସାମନ୍ତ । ସେ ତାଙ୍କର ନିକଟମ ପ୍ରତିଦ୍ୱନ୍ଦୀ ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରିଛନ୍ତି । ପ୍ରଥମଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇ ବଡ ସଫଳତା ଅର୍ଜନ କରିଛନ୍ତି ଅଚ୍ୟୁତ । ଏଠାରେ ନବୀନଙ୍କ ଗେମ ପ୍ଳାନ କରିଛି । ବିରାଟ ରାଜନୈତିକ ଗେମପ୍ଳାନରେ ଅଚ୍ୟୁତଙ୍କୁ କନ୍ଧମାଳରେ ଦିଆଯାଇଥିବା ଟିକେଟର ଫୁଲ ଫାଇଦା ଉଠାଇଛି ବିଜେଡି ।
ରାଜ୍ୟ ରାଜନୀତିର ସ୍ୱାଭିମାନୀ ନେତା ଭାବରେ ଖାରବେଳ ସ୍ୱାଇଁ ବେଶ ପରିଚିତ । ସେ ବିଜେପି ପକ୍ଷରୁ ବାଲେଶ୍ୱର ଲୋକସଭା ଆସନରେ ବିଜୟ ହୋଇଛନ୍ତି । ପରେ ବିଜେପି ଛାଡି ନିଜେ ‘ଉକ୍ରଳ ଭାରତ’ନାମକ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ । କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ଏହା ବିଜେପିରେ ଲିନ ହୋଇଯାଇଥିଲା । କନ୍ଧମାଳରେ ବିଜେପି ପ୍ରାର୍ଥୀ ହୋଇଥିଲେ ଖାରବେଳ ସ୍ୱାଇଁ । ସିଧା ବାଲେଶ୍ୱରରୁ କନ୍ଧମାଳ ଯାତ୍ରା ହୋଇଥିଲା । କିନ୍ତୁ ଏଠାରେ ଜନତା ଅଚ୍ୟୁତଙ୍କୁ ବହୁମତ ଦେଇଥିଲେ ।
ଦୁଇ ହେବିୱେଟଙ୍କ ସାମନା କରିଥିବା ସ୍ଥାନୀୟ ନେତା ମନୋଜ ଆଚାର୍ଯ୍ୟ ପଛରେ ପଡିଯାଇଥିଲେ । କନ୍ଧମାଳରେ ତିନିଟି ନିର୍ବାଚନରେ ବିଜେଡି ବାଜିମାତ କରିଛି । ୨୦୦୯ରେ ସ୍ୱର୍ଗତ ରୁଦ୍ରମାଧବ ରାୟ ବିଜୟ ହୋଇଥିବା ବେଳେ ୨୦୧୪ରେ ଜିତିଥିଲେ ହେମେନ୍ଦ୍ର ସିଂହ । ତେବେ ତାଙ୍କର ପରଲୋକ ହେବାପରେ ସେ ବିଜେଡି ଟିକେଟରେ ଉପନିର୍ବାଚନରେ ଜିତିଥିଲେ । କିନ୍ତୁ ଏଥରକ ତାଙ୍କୁ ଟିକେଟ ନଦେଇ ଅଚ୍ୟୁତଙ୍କୁ ଟିକେଟ ଦିଆଯାଇଥିଲା । ଯାହର ଫୁଲ ଫାଇଦା ମିଳିଛି ବିଜେଡିକୁ ।