ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବରିବାର ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ନବୀନଙ୍କୁ ବିଧାୟକ ଦଳ ନେତା ପାଇଁ ପ୍ରଥମେ ବିକ୍ରମ କେଶରୀ ଆରୁଖ କହିଥିଲେ । ଏହାପରେ ସମସ୍ତେ ଏହାକୁ ସମର୍ଥନ କରିଥିଲେ । ଏହାପରେ ନବୀନ ଆଜି ରାଜ୍ୟପାଳଙ୍କୁ ଭେଟିଲେ । ରାଜଭବନ ଯାଇ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ନବୀନ । ୧୧୨ ବିଧାୟକଙ୍କ ସମର୍ଥନ ତାଲିକା ମଧ୍ୟ ପ୍ରଦାନ କଲେ ନବୀନ ।
ମେ’ ୨୯ ତାରିଖରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବି ଶପଥ ନେବେ। ପ୍ରଥମ ଥର ପାଇଁ ସେ ରାଜଭବନ ବାହାରେ ଶପଥ ନେବେ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତେବେ ତାଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳିବ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ବିଜୟୀ ହେବା ପରେ ଧନ୍ୟବାଦ ଜଣାଇବାକୁ ନବୀନ ନିବାସଙ୍କୁ ନବନିର୍ବାଚିତ ବିଧାୟକଙ୍କ ସୁଅ ଛୁଟୁଛି। ସେହି ଆଳରେ ମନ୍ତ୍ରୀ ପଦ ପାଇଁ ଲବି କରାଯାଉଥିବା ଜଣାପଡ଼ିଛି।