ଚୌଦ୍ୱାର ( ଏଟିଆର ବ୍ୟୁରୋ): ପୁଣି ଖରା ନେଲା ଜୀବନ । ଚୌଦ୍ୱାର ଥାନା ନୂଆ ପାଟଣଶ ଗ୍ରାମରେ ଅଂଶୁଘାତରେ ଗଲା ଜୀବନ । ମୃତକ ଅରକ୍ଷିତ ସାହୁ ଗତକାଲି କାମକୁ ଯାଇଥିବା ବେଳେ ସେଠାରେ ଅସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ । ଘରେ ସେ ଆହୁରି ଅଧିକ ଅସୁସ୍ଥ ହୋଇ ପଡିଲେ । ଫଳରେ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଅରକ୍ଷିତ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି । ଅରକ୍ଷିତଙ୍କ ମୃତ୍ୟୁ ଅଂଶୁଗାଥ କାରଣରୁ ହୋଇଥିବା ଜଣା ପଡିଛି । ଅପରପକ୍ଷେ ଖରା ମଧ୍ୟ କମିବାର ନାଁ ନେଉନି । ପାଣପାଗ ବିଭାଗର ସୂଚନା ଅନୁସାରେ ଆହୁରି ଦୁଇଦିନ ଖର ବଢିବ ବୋଲି ଜଣାପଡିଛି । ଗ୍ରୀଷ୍ମପ୍ରବାହକୁ ଦେଖି ରାଜ୍ୟର ୯ଟି ଜିଲ୍ଲା ପାଇଁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି।
ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡ଼ା। ଖାଲି ପଶ୍ଚିମ ଓଡିଶା ନୁହେଁ ଉପକୂଳ ଓଡିଶାରେ ମଧ୍ୟ ଖରା ତାର ତାଉ ଦେଖାଉଛି । ଦିନ ୧୧ ଟା ହେଲେ ଘରୁ ବାହାରିବା ଲୋକଙ୍କ ପାଇଁ କାଠିଗର ପାଠ ହୋଇଯାଉଛି । ଯୁଆଡେ ଦେଖିବ ସିଆଡେ ମରିଚିକାର ଭ୍ରମ । ସେହିଭଳି ଗତକାଲିକୁ ଯଦି ଦେଖାଯାଏ ଗତକାଲି ୯ ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ଗତକାଲି ତାଳଚେରରେ ସର୍ବାଧିକ ତାପମାତ୍ରା ରହିଥିଲା ।