ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ପୂର୍ବରୁ ନେତାଙ୍କ ଗୋଟିଏ କଥା ଏବଂ ହାରିବା ପରେ ଆଉ ଗୋଟିଏ ଅଲଗା କଥା କରିଥାନ୍ତି । କିନ୍ତୁ ବିଜେଡି ସୁପ୍ରିମୋ ଦେଇଥିବା ପ୍ରତିଶୃତି ପାଳନ କରିବା ପାଇଁ ଯାଉଛନ୍ତି । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଆସିବ ବୋଲି ସୂଚନା ଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମନ ପୁଣିଥରେ ଖୁସି ହୋଇଯାଇଛି ।
ନିର୍ବାଚନକୁ କିଛି ଦିନ ବାକିଥିବା ବେଳେ ଚାଷୀଙ୍କ ପାଇଁ ବିଜେଡି ସୁପ୍ରିମୋ ଘୋଷଣା କରିଥିଲେ କାଳିଆ ଯୋଜନା । ଚାଷୀ,ଭାଗଚାଷୀ ଏବଂ ଭୂମିହୀନଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଛି । ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଥିଲେ । ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଫର୍ମ ପକାଇଥିବା ଚାଷୀଙ୍କ ଆକାଉଣ୍ଟକୁ ଆସିବାେ ପୂର୍ବରୁ ଲାଗିଯାଇଥିଲା ନିର୍ବାଚନ ଆଚରଣ ବିଧି । ଏଣୁ ୨୫ ଲକ୍ଷ ହିତାଧିକାରୀ ପାଇନଥିଲେ ।
କାଳିଆ ଯୋଜନା ଘୋଷଣା ହେବା ଦିନଠାରୁ ବିରୋଧୀମାନେ ଏହାକୁ ବିରୋଧ କରି ଆସୁଥିଲେ । ତେବେ ଶେଷ ପର୍ଯ୍ୟାୟରେ ଆଉ ଟଙ୍କା ଆସିବ ନାହିଁ ବୋଲି ମଧ୍ୟ କହିଥିଲେ । ବିଜେଡି ସରକାରକୁ ଆସିବା ପରେ ଆଉ କାଳିଆ ଟଙ୍କା ମିଳିବ ନାହିଁ ବୋଲି ମଧ୍ୟ ଗଣମାଧ୍ୟମ ଆଗରେ କହିଥିଲେ । ଯାହାକୁ ନେଇ ଲୋକଙ୍କ ମନରେ ଅଲଗା ପ୍ରକାର ଧାରଣା ସୃଷ୍ଟି ହୋଇଥିଲା । କିନ୍ତୁ ସବୁ କିଛି ଆଲୋଚନାର ଅବସାନ ଘଟାଇଛନ୍ତି ନବୀନ । ଆସନ ୨୯ରେ ଶପଥ ଗ୍ରହଣ କରିବା ଦିନ ୬ରୁ ୭ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କାଯିବ ବୋଲି ଘୋଷଣା କରିଛନ୍ତି । ବାକି ଚାଷୀଙ୍କ ଆକାଉଣ୍ଟକୁ ୨ରୁ ୩ଦିନ ଭିତରେ ଯିବ ।