ସମ୍ବଲପୁର ( ଏଟିଆର ବ୍ୟୁରୋ): ଫ୍ୟାନସି ନମ୍ବରକୁ ନୋ । ଆଉ ଗାଡିରେ ଲଗାଇ ପାରିବେ ନାହିଁ ଆପଣଙ୍କ ମନ ମୁ୍ତାବକ ଡିଜାଇନର ନମ୍ବର । ଯୁବ ପିଢି ଏବେ ଚୁଟି ଦାଢି ଡିଜାଇନ କଲାପରି ଗାଡିରେ ଫ୍ୟାନସି ନମ୍ବର ଲଗାଇବାକୁ ବେଶି ପସନ୍ଦ କରୁଛନ୍ତି । ତେବେ ଏହା ଉପରେ ପଦକ୍ଷେପ ନେଇଛି ସମ୍ବଲପୁର ପୋଲିସ । ଜିଲ୍ଲାରେ ଅପରାଧକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏମିତି ପଦକ୍ଷେପ ନିଆଯାଇଛି । ପ୍ରାଥମିକ ସ୍ତରରେ ଗାଡିରେ ଏମିତି ନମ୍ବର ପ୍ଲେଟ ନ ବ୍ୟବହାର କରିବା ପାଇଁ ସଚେତନତା କରାଯାଉଛି । ଆଗକୁ କିନ୍ତୁ ଏହା ଉପରେ ନିଆଯିବ କଡା ପଦକ୍ଷେପ ।
ଯେଉଁମାନେ ଏହାକୁ ଅମାନ୍ୟ କରିବେ ସେମାନେ ଏଣିକି ଗଣିବେ ତଣ୍ଡ ।ଏମିତି ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛି ସମ୍ବଲପୁର ପୋଲିସ । ସୂଚନାଯୋଗ୍ୟ ପୂର୍ବରୁ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ଏମିତି ନମ୍ବର ବାଲା କାଡିକୁ ଧରା ଯାଉଥିଲା । ବର୍ତ୍ତମାନ ଭୁବନେଶ୍ୱରରେ କିଛି ମାତ୍ରାରେ ଫ୍ୟାନସି ନମ୍ବର ଉପରେ ନଜର ରଖାଯାଉଥିବା ବେଳେ ଅନ୍ୟ ସବୁ ଜିଲ୍ଲା ମାନଙ୍କରେ କିନ୍ତୁ ଏହାକୁ ଅଣଦେଖା କପରାଯାଉଛି ।
ତେବେ ବର୍ତ୍ତମାନ ସମ୍ବଲପୁର ପୋଲିସର ଏହି ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା ମିଳୁଛି । ତେବେ ଏହା ଆଗକୁ କେତେଦିନ ଜାରି ରହିବ ତାହା ଦେଖିବାକୁ ବାକି ରହିଲା । କାହିଁକି ନାଁ ଆମ ଓଡିଶାରେ ଏମିତି ଅନେକ ନିୟମ ଆସେ କିଛି ଦିନ ଚାଲେ ତା ପରେ ପୁଣି ନିୟମକୁ ହୁଏ ଫ୍ଲୁ । ପୁଣି ଯେଉଁ କଥାକୁ ସେଇ କଥା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ନୋ ହେଲମେଟ ନୋ ପେଟ୍ରୋଲ ।