ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶାକୁ ‘ଫୋନି’ ତଳିତଳାନ୍ତ କରିଦେଇଛି । ପୁଣି କିଛିବର୍ଷ ପଛକୁ ଫେରିଯାଇଛି ବଡ ବଡ ସହର । ବାତ୍ୟା ପ୍ରଭାବରେ ଲକ୍ଷ ଲକ୍ଷ ଗଛ ଉପୁଡି ପଦା ହୋଇଯାଇଛି । ଓଡିଶାରେ ହୋଇଥିବା ଏହି ପ୍ରଳୟଙ୍କାରୀ ବାତ୍ୟା ପାଇଁ ବହୁ ବଦାନ୍ୟ ବ୍ୟକ୍ତି ସାହଯ୍ୟର ହାତ ବଢ଼ାଇଛନ୍ତି । ତେବେ ଓଡିଶାରେ କେତେ କଣ କ୍ଷତି ହୋଇଛି ତାହାର ଆକଳନ କରିବା ପାଇଁ କେନ୍ଦ୍ରରୁ ଏକ ଟିମ ଆସନ୍ତା ୧୨ ତାରିଖରେ ଆସିବେ ।
ପ୍ରଧାନମନ୍ତ୍ରୀ ତଥା ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ ଓଡିଶା ଆସିବ । ଟିମ୍ର ସଦସ୍ୟମାନେ ୧୨ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବେ। ଏହାପରେ ୧୩ରୁ ୧୫ ତାରିଖ ପର୍ୟ୍ୟନ୍ତ ‘ଫୋନି’ ଦ୍ୱାରା ପ୍ରଭାବିତ ହୋଇଥିବା ବିଭିନ୍ନ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବେ।ମୁଖ୍ୟତଃ ଖୋର୍ଦ୍ଧା,ପୁରୀ ଏବଂ କଟକ ଉପରେ ରହିବ ଫୋକସ । ଏହି ତିନୋଟି ବଡ ସହରରେ ଅଧିକ କ୍ଷତି ହୋଇଛି ।
ବାତ୍ୟା ଓଡିଶାର ୧୪ଟି ଜିଲ୍ଲା ଉପରେ ପ୍ରଭାବ ପକାଇଛି । ତେବେ ପୁରୀ,କଟକ ଏବଂ ଭୁବନେଶ୍ୱରର ଭଳି ରାଜ୍ୟର ତିନୋଟି ବଡ ସହର ବାତ୍ୟା ପରେ ସମ୍ପୂଣ୍ଣ ଭାବରେ ତଳିତଳାନ୍ତ ହୋଇପଡିଥିଲା । ଭୁବନେଶ୍ୱର ଜଙ୍ଗଲ ପାଲଟିଯାଇଥିଲା । ଯେଉଁଆଡେ ଗଲେ ଗଛ ଖାଲି ଗଛ ପଡିଥିଲା । ବିଜୁଳି ଏବଂ ଜଳ ପାଇଁ ଲୋକ ଡହଳ ବିକଳ ହେଉଥିଲେ । ଏବେ ଧିରେ ଧିରେ ଅବସ୍ଥା ସୁଧୁରିବାରେ ଲାଗିଛି ।