ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନିର୍ବାଚନରେ ବହୁମତରେ ବିଜୟ ହୋଇଥିବା ଆଜି ରହିଛି ଶପଥ ଗ୍ରହଣ ଉତ୍ସବ । ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପଞ୍ଚମ ପାଳିର ଶପଥ ଗ୍ରହଣ ଉତ୍ସବ ଏଥର ରାଜ୍ୟପାଳ ଭବନ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ ହେଉଛି । କିଏ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଛେଦ ପଡିଛି । ଆଜି ସାଢେ ୧୦ ଟା ବେଳେ ମନ୍ତ୍ରୀ ମଣ୍ଡଳର ଶପଥ ଉତ୍ସବ ଅନୁଷ୍ଠିତ ହେବ । ରାଜଭବନର ସୂଚନା ଅନୁସାରେ ୧୧ ଜଣ କ୍ୟାବିନେଟ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ । ୨୧ ଟିରୁ ଗୋଟିଏ ପଦବୀ ଖାଲି ରହିଛି ।
ମୁଖ୍ୟମନ୍ତ୍ରୀ – ନବୀନ ପଟ୍ଟନାୟକ
କ୍ୟାବିନେଟ୍ ପାହ୍ୟା
୧- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୨- ବିକ୍ରମ କେଶରୀ ଆରୁଖ
୩- ପ୍ରଫୁଲ୍ଲ କୁମାର ମଲ୍ଲିକ
୪- ନିରଞ୍ଜନ ପୂଜାରୀ,
୫- ପଦ୍ମନାଭ ବେହେରା
୬- ପ୍ରତାପ ଜେନା
୭- ଅରୁଣ କୁମାର ସାହୁ
୮- ସୁଦାମ ମାର୍ଣ୍ଡି
୯- ସୁଶାନ୍ତ ସିଂ
୧୦- ନବ କିଶୋର ଦାସ
୧୧- ଟୁକୁନି ସାହୁ
ରାଷ୍ଟ୍ରମନ୍ତ୍ରୀ ପାହ୍ୟା
୧- ଅଶୋକ ଚନ୍ଦ୍ର ପଣ୍ଡା
୨- ସମୀର ରଞ୍ଜନ ଦାଶ
୩- ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
୪- ଦିବ୍ୟଶଙ୍କର ମିଶ୍ର
୫- ପ୍ରେମାନନ୍ଦ ନାୟକ
୬- ପଦ୍ମିନୀ ଦିଆନ୍
୭- ରଘୁନନ୍ଦନ ଦାସ
୮- ତୁଷାରକାନ୍ତି ବେହେରା
୯- ଜଗନ୍ନାଥ ସାରକା