ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସିଏମସିର ୭ ନମ୍ବର ୱାର୍ଡର କର୍ପୋରେଟର ରଞ୍ଜୀତା ବିଶ୍ୱାଳ ଗିରଫ । ଡି’ବ୍ରର୍ଦସ ଲିଙ୍କ ମାମଲାରେ ସେ ଥିଲେ ଜଡିତ । ଏହି ସୂଚନାଦେଇଛନ୍ତି କଟକ ଡିସିପି ଅଖିଳେଶ୍ଵର ସିଂ ।
ପୂର୍ବରୁ ତାଙ୍କ ନାଁରେ ଥାନାରେ ମାମଲା ହୋଇଥିଲା । ଏହି ମାମଲା ଆଧାରରେ ତାଙ୍କୁ ଗିରଫ କରାଯାଇଛି । ବାଲିଘାଟକୁ ନେଇ ପୁଲିସ ସ୍କାନରକୁ ଆସିଥିଲେ ରଞ୍ଜୀତା । ବିଜୟପାଲଙ୍କ ସହ ତାଙ୍କର ଲିଙ୍କ ଥିବା ଜଣାପଡିବା ପରେ ପୁଲିସ ତାଙ୍କୁ ଉଠାଇ ଆଣିଥିବା ସୂଚନା ମିଳିଛି । ଅନ୍ୟପଟେ ପୁରା ଘଟଣା ଜାଣିବାକୁ ସୁଶାନ୍ତ ଧଳସାମନ୍ତକୁ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା ଚଳାଇଛି ।