ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୁଣ୍ଡରେ ହେଲମେଟ ଓ ହାତରେ ବେଡସିଟ ଧରି ଅତି ଚାଲାକର ସହ ଲୁଟ କଲେ । କ୍ୟାସ ବାକ୍ସରୁ ନେଇ ଗଲେ ୧ଲକ୍ଷ ୧୫ ହଜାର ଟଙ୍କା । ଯାହାର ପୂରା ସିସିଟିଭି ଫୁଟେଜ ଲାଗିଛି ଏଟିଆର ନ୍ୟୁଜ ହାତରେ ।
ଆମେ କହୁଛୁ ରାମନ୍ଦିର ପାଖରେ ଥିବା ପେଟ୍ରୋଲ ପମ୍ପ ଲୁଟ ଘଟଣା ସମ୍ପର୍କରେ । ମ୍ୟନେଜର ସୁବାଶ କୁମାର ପଇତାଲ ଅଭିଯୋଗ କରିବା ପରେ ସିସିଟିଭି ଜରିଆରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଲୁଟ ଘଟଣାରେ ପେଟ୍ରୋଲ ପମ୍ପ କର୍ମଚାରୀ ଜଡିତ ଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।