ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ଭବନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ମହା ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲା । ଯେଉଁଥିରେ ରାଜନେତାଙ୍କ ବ୍ୟତିତ ଅନ୍ୟ କ୍ଷେତ୍ରର ପାଖାପାଖି ୮ ହଜାର ଲୋକ ସାମିଲ ହୋଇଥିଲେ । ଏହାସହିତ ଏହି ବଡ ଉତ୍ସବରେ ବଲିଉଡର ଅନେକ ବଡ ବଡ କଳାକର ମାନେ ନଜର ଆସିଥିଲେ । ଉତ୍ସବ ଶେଷ ହେଉ ହେଉ ପାଖାପାଖି ରାତି ୯ଟା ହୋଇଯାଇଥିଲା । ଇତି ମଧ୍ୟରେ କଳାକାରଙ୍କ ଭିଡକୁ ସାମ୍ନାେ କରିବାକୁ ପଡିଥିଲା । ଏନେଇ ଦିଗଜ୍ଜ କଣ୍ଠଶିଳ୍ପୀ ଆଶା ଭୋସଲେ ସୋସିଆଲ ମିଡିଆରେ ଖୁଲାସା କରିଛନ୍ତି ।
ଆଜ୍ଞା ହଁ ଶପଥ ଗ୍ରହଣ ଉତ୍ସବରେ ଭିଡ ଏତେ ମାତ୍ରାରେ ବଢି ଯାଇଥିଲା ଯେ ଲୋକଙ୍କୁ ସମ୍ଭାଳିବା ମୁସକିଲ୍ ହୋଇ ପଡିଲା । ଏହି ଭିଡ ଭିତରେ ଫଶି ଯାଇଥିଲେ କଣ୍ଠଶିଳ୍ପୀ ଆଶା ତାଈ । ତାଙ୍କୁ ଭିଡ ଭିତରୁ ଉଦ୍ଧାର କରିବା ପାଇଁ ସ୍ମୃତି ଇରାନୀ ଆଗକୁ ଆସିଥିଲେ । ଏନେଇ ସ୍ମୃତିଙ୍କ ସହ ଏକ ଫଟୋ ସେୟାର କରି ଆଶା ତାଈ ଲେଖିଛନ୍ତି କି, ‘ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଭିଡରେ ମୁଁ ଫଶି ଯାଇଥିଲି । ମାତ୍ର ସ୍ମୃତିଙ୍କୁ ଛାଡିଲେ ସାହାଯ୍ୟ କରିବା ପାଇଁ ଆଉ କେହି ଆଗକୁ ଆସିନଥିଲେ । ସ୍ମୃତି ମୋ ଅବସ୍ଥା ଦେଖିବା ପରେ ଘରେ ପହଁଚାଇବାର ବ୍ୟବସ୍ଥା କରାଇଥିଲେ । ସେ ସମସ୍ତଙ୍କ ଚିନ୍ତା କରେ ସେଥିପାଇଁ ସେ ବିଜୟୀ ହେଲା ।’
I was stranded in the crazy rush post PM oath ceremony. No one offered to help me except @smritiirani who saw my plight & made sure I reached home safely. She cares & that’s why she won. pic.twitter.com/vDV84PrIVp
— ashabhosle (@ashabhosle) May 30, 2019
ଆଶା ତାଈଙ୍କ ଏହି ଟ୍ୱିଟ୍ ପରେ ସ୍ମୃତି ମଧ୍ୟ ଏହାର ଯବାବ ଦେଇଛନ୍ତି । ସେ ହାତ ଯୋଡିଥିବାର ଏକ ଇମୋଜି ସେୟାର କରିଛନ୍ତି ।