ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାମ ପରିବର୍ତ୍ତନ କରି ୱାଇଏସଆର ବିଦ୍ୟା ପୁରସ୍କାର ରଖିଲେ ଆନ୍ଧ୍ରପ୍ରଦେଶ ୱାଇଏସ ଜଗନ ମୋହନ ରେଡ୍ଡୀ ସରକାର । ଆନ୍ଧ୍ରପ୍ରଦେଶ ସରକାର ପକ୍ଷରୁ ନଭେମ୍ବର ୪ରେ ଏକ ଅଧିସୂଚନା ଜାରି କରାଯାଇଥିଲା, ଯେଉଁଥିରେ ଏପିଜେ ଅବଦୁଲ କଲାମ ନାମରେ ଦିଆଯାଉଥିବା ସ୍କଲାରସିପ୍ ର ନାଁ ପରିବର୍ତ୍ତନ କରି ୱାଇଏସଆର ବିଦ୍ୟା ପୁରସ୍କାର କରାଯିବା କଥା କୁହାଯାଇଛି । ଆଗାମୀ ୨୦୧୯ ମସିହାରେ ରାଜ୍ୟ ସରାକର ଏହି ନାମରେ ପୁରସ୍କାର ବିତରଣ କରିବେ । ଏହି ପୁରସ୍କାର ନଭେମ୍ବର ୧୧ରେ ରାଷ୍ଟ୍ରୀୟ ଶିକ୍ଷା ଦିବସ (ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀ) ଅବସରରେ ଦିଆଯାଇ ଥାଏ ।
ଜଗନ ମୋହନ ରେଡ୍ଡୀ ସରକାରଙ୍କ କହିବାନୁଯାୟୀ, ନଭେମ୍ବର ୧୧ରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ଅବସରରେ ରାଜ୍ୟର ମେଧାବି ଛାତ୍ର-ଛାତ୍ରୀଙ୍କୁ ‘ୱାଇଏସଆର ବିଦ୍ୟା ପୁରସ୍କାର’ ଅନୁଯାୟୀ ସ୍କଲାରସିପ୍ ଦିଆଯିବ । ପୂର୍ବରୁ ଏହି ସ୍କଲାରସିପ୍ ନାଁ ‘ଡାଃ ଏପିଜେ ଅବଦୁଲ କାଲାମ ପ୍ରତିଭା ପୁରସ୍କାର’ ଥିଲା । ଏବେ ଏହାର ନାଁ ପରିବର୍ତ୍ତନ କରାଯାଇଛି । ଏହି ପୁରସ୍କାର କେବଳ ସରକାରୀ ସ୍କୁଲର ଛାତ୍ର ଛାତ୍ରୀଙ୍କ ପାଇଁ । ଏହାକୁ ସରାକରୀ ସ୍କୁଲର ମେଧାବି ଛାତ୍ରୀ-ଛାତ୍ର୍ର୍ର୍ରୀଙ୍କୁ ଦିଆଯିବ । ଏହି ଅବସରରେ ଜିଲ୍ଲାର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ଉପସ୍ଥିତ ରହିବେ ।
ଅପରପେକ୍ଷେ ଏନେଇ ଆନ୍ଧ୍ରପ୍ରଦେଶର ବିଜେପି ପ୍ରଭାରୀ ସୁନୀଲ ଦେଓଧର ଏକ ଭିଡିଓ ଜାରି କରି ରାଜ୍ୟ ସରାକରଙ୍କ ନିଷ୍ପତିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଭାରତ ରତ୍ନ ଡଃ ଏପିଜେ ଅବଦୁଲ କଲାମଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ନାଁ କାଟି ନିଜ ବାପାଙ୍କ ନାମରେ ନାମିତ କରିବା କେତେ ଦୂର ଯୁକ୍ତି ଯୁକ୍ତ । ସାରା ଦେଶରେ ଏବେ ପରିବାରବାଦକୁ ବିରୋଧ କରାଯାଉଥିବା ବେଳେ କିଭଳି ରାଜ୍ୟସରକାର ଏଭଳି ଏକ ନିଷ୍ପତି ନେଇଛନ୍ତି । ଏହାସହିତ ସେ ଦାବି କରିଛନ୍ତି କି ଏହି ନିଷ୍ପତିକୁ ତୁରନ୍ତ ବାତିଲ କରାଯାଉ ।
एपीजे अब्दुल कलाम जी का अपमान ।
नहीं सहेगा हिंदुस्तान ।।AP CM @ysjagan has taken a decision to rename awards to meritorious students from Dr. Kalam Ji's name to YSR.
He has insulted the Bharat Ratna Dr. Kalam Ji. I demand revoking of it immediately#JaganInsultsKalam pic.twitter.com/lTJWEdcnQh
— Sunil Deodhar (@Sunil_Deodhar) November 5, 2019