ବାଲେଶ୍ୱର (ଏଟିଆର ବ୍ୟୁରୋ); ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ସୁନା ଚେନ,ମୋବାଇଲ ଏବଂ ଟଙ୍କା ଛଡାଇ ଫେରାର ହୋଇଗଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଏକ ଦୈନିକ ଖବର କାଗଜରେ କାମ କରୁଥିବା ଜଣେ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଲେ ପ୍ରତାପ ପାତ୍ର । ତାଙ୍କୁ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପ୍ରତାପ ଏକ ଦୈନିକ ଖବର କାଗଜରେ କାମ କରନ୍ତି । ତେବେ ସେ ଗୁରୁବାର ରାତିରେ ଏକା ଘରକୁ ଫେରୁଥିବା ବେଳେ ବାଲିଆପାଳ ଥାନା ଅନ୍ତର୍ଗତ ପାରୁଲିଆ ଗୁନାପୁର ଛକ ନିକଟରେ ୫ଜଣ ଦୁର୍ବୃତ୍ତ ତାଙ୍କ ପିଛା କରୁଥିବା ଆସୁଥିଲେ । ଏକା ପାଇବା ପରେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହିତ ମୋବାଇଲ ଏବଂ ସୁନା ଚେନ ନେଇ ଫେରାର ହୋଇଯାଇଛନ୍ତି । ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଭୁଜାଲିରେ ହାଣି ଦେଇଥିବା ଦେଖିବାକୁ ମିଳିଛି ।
ପ୍ରତାପଙ୍କ ପାଟିଶୁଣି ସ୍ଥାନୀୟ ଲୋକ ଦୌଡି ଆସିଥିଲେ । ଏହାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ପୋଲିସକୁ କବର ଦେଇଥିଲେ । ପୋଲିସ ପ୍ରତାପଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କିଛି ନୂଆ କଥା ନୁହେଁ । ସବୁବେଳେ ସତ୍ୟର ସାମନା କରୁଥିବା ସାମ୍ବାଦିକମାନେ ଆକ୍ରମଣର ଶିକାର ହୋଇଥାନ୍ତି ।