ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରବିବାର ଭୁବନେଶ୍ୱରରେ ପହଁଞ୍ଚିଥିଲା ପାହାଡ ରାଣୀ କଳ୍ପନା ଦାଶଙ୍କ ମର ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ କଳ୍ପନାଙ୍କ ମର ଶରୀର ପହଁଞ୍ଚିବା ପରେ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ମର ଶରୀର ଆସୁଥିବା ଶୁଣି ବିମାନ ବନ୍ଦରରେ ଲାଗିଥିଲା ଜନ ଗହଳି । ଏହାପରେ କଳ୍ପନାଙ୍କ ମର ଶରୀରକୁ କଳିଙ୍ଗ ଷ୍ଟାଡିୟମକୁ ଅଣା ଯାଇଥିଲା । ଏଠାରେ ବହୁ କ୍ରିଡାବିତ ଏବଂ ନେତା ମନ୍ତ୍ରୀ ଯୋଗ ଦେଇଥିଲେ । ସମସ୍ତେ କଳ୍ପନାଙ୍କ ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଶହ ଶହ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । କ୍ରିଡା ମନ୍ତ୍ରୀ ଏବଂ ସଚୀବଙ୍କ ସମେତ କ୍ରିଡା ବିଭାଗର ଅନେକ ଅଧିକାରୀ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ ।
ଷ୍ଟାଡିୟମରେ ଶେଷ ଦର୍ଶନ ପରେ କଳ୍ପନାଙ୍କ ମର ଶରୀରକୁ ଦେଇ ନିଜ ଜନ୍ମମାଟି ଢ଼େଙ୍କାନାଳ ଅଭିମୁଖେ ବାହାରିଛନ୍ତି । ସେଠାରେ ଗାଁେଲୋକଙ୍କ ଏବଂ ବନ୍ଧୁ ପରିଜନ କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ଚାହିଁ ବସିଛନ୍ତି । କଳ୍ପନାଙ୍କ ମୃତ ଖବର ପାଇବା ଦିନଠାରୁ ଗାଁରେ ଖେଳିଯାଇଛି ଦୁଃଖର ବାତାବରଣ । ସମସ୍ତଙ୍କ ଆଖିରେ ଭରି ରହିଛି ଅକୁହା କୋହ । ତେବେ କଳ୍ପନାଙ୍କ ମା ବାରମ୍ବାର ଚେତା ଶୂନ୍ୟ ମଧ୍ୟ ହୋଇଯାଉଥିବାର ଦୃଶ୍ୟ ନଜରକୁ ଆସିଛି ।
ସୂଚନାଯୋଗ୍ୟ,ଏଭରେଷ୍ଟ ଚଢ଼ି ଓଡିଶା ଏବଂ ଭାରତର ନାଁକୁ ଆଗକୁ ନେଇଥିଲେ କଳ୍ପନା । ଦ୍ୱିତୀୟଥର ଲାଗି ସେ ଏଭରେଷ୍ଟ ଚଢ଼ି ନୂଆ ରେକର୍ଡ କରିଥିଲେ । ତେବେ ସେ ମେ ୨୩ରେ ଫେରୁଥିବା ବେଳେ ପ୍ରାଣ ହରାଇଥିଲେ । ରାଜ୍ୟ ସରକାରଙ୍କ ଉଦ୍ୟମରେ ତାଙ୍କ ମର ଶରୀରକୁ ଉଦ୍ଧାର କରିଥିଲା ଏକ ସ୍ୱତନ୍ତ୍ର ଟିମ୍ । କାଠମାଣ୍ଡୁ ଟିଚିଂ ହସ୍ପିଟାଲରେ କଳ୍ପନା ଶବ ବ୍ୟବଛେଦ କରାଯାଇଥିଲା । ଏହାପରେ ଦିଲ୍ଲୀରୁ ସିଧା ଓଡିଶା ଅଣାଯାଇଥିଲା କଳ୍ପନାଙ୍କ ମର ଶରୀର ।