ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାତି ପାହିଲେ ସାବିତ୍ରୀ ବ୍ରତ । ଏହାକୁ ଦୃଷ୍ଟିରେ ରଖି ଫଳ ବେପାରୀମାନେ ଦର ବଢ଼ାଇବାରେ ଲାଗିଛନ୍ତି । ସବୁ ଫଳର ଦର ସ୍ୱାଭାବିକଠାରୁ ବଢ଼ିଯାଇଥିବା ଦେଖିବାକୁ ମିଳୁଛି । ତଥାପି ବଜାରରେ ଗ୍ରାହାକଙ୍କ ଭିଡ ଜମି ରହିଛି । ବ୍ରତ କରିବା ପାଇଁ ମହିଳାମାନେ ଦର ନଦେଖି ଫଳ କିଣି ନେଉଛନ୍ତି । ରାଜଧାନୀର ଏକ ନମ୍ବର ମାର୍କେଟ ଏବଂ ବିଡିଏ ଫଳ ବଜାରରେ ଅଧିକାଂଶ ଗ୍ରାହାକ ଭିଡ ଲଗାଉଛନ୍ତି ।
ଭୁବନେଶ୍ୱରରେ ଅଙ୍ଗୁଲ କିଲୋ ପ୍ରତି ୧୫୦ ଟଙ୍କା,ଜାମୁ କୋଳି ୧୦୦ ଗ୍ରାମକୁ ୩୦ ଟଙ୍କା,କମଳା ୧୫୦,ତରଭୁଜ ଗୋଟା ୪୦,କଦଳୀ ଡ୍ରଜନ ୭୦,ସେଓ କିଲୋ ୨୦୦ ଏବଂ ଆମ୍ବ କିଲୋ ୪୦ ଟଙ୍କା ରହିଛି । ଏହି ସବୁ ଫଳକୁ ଛାଡିଦେଲେ ବାକି ଫଳ ମଧ୍ୟ ସ୍ୱାଭାବିକଠାରୁ ଅଧିକ ଦରରେ ବିକ୍ରି ହେଉଛି । ତେବେ ପୂଜାକୁ ଦୃଷ୍ଟିରେ ରଖି ବାଧ୍ୟ ହୋଇ କିଣିଥିବା ଦେଖିବାକୁ ମିଳୁଛି ।
ଆସନ୍ତା କାଲି ସଂନ୍ଧ୍ୟାଠାରୁ ଫଳର ଦର ଧିରେ ଧିରେ ବଢ଼ିବାରେ ଲାଗିଛି । ଯାହାକି ସାଧାରଣ ଲୋକଙ୍କୁ କିଣିବା କଷ୍ଟକର ହେଉଛି । ଆଗୁଆ ଫଳ କିଣିଲେ କାଳେ ଖରାପ ହୋଇଯିବ ଏଣୁ କେହି କିଣିନଥିଲେ । ଏକା ବେଳକେ ଗ୍ରାହକଙ୍କ ଭିଡକୁ ଦୃଷ୍ଟିରେ ରଖି ବଜାର ଦର ଆକାଶ ଛୁଆଁ ହୋଇ ଯାଇଛି । ଏଣୁ ଗ୍ରାହାକମାନେ ଆବଶ୍ୟକତାଠାରୁ କମ ଫଳ କିଣୁଥିବା ମଧ୍ୟ ହେଦଖିବାକୁ ମିଳୁଛି । ଫଳ ବଜାର ବ୍ୟତୀତ ମହିଳାମାନେ ଶାଢ଼ୀ ଏବଂ ପୂଜା ସାମଗ୍ରୀ ଦୋକାନରେ ମଧ୍ୟ ଭିଡ ଲଗାଇଛନ୍ତି ।