ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଷ୍ଟାର ଅଜୟ ଦେବଗନଙ୍କ ପିତା ତଥା ଆକ୍ସନ ନିର୍ଦ୍ଦେଶକ ଭୀରୁ ଦେବଗନଙ୍କ ମେ’ ୨୭ ରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଏହା ବଲିଉଡ ପାଇଁ ବହୁତ ବଡ କ୍ଷତି ହେବା ସହ ଭାରତୀୟ ସିନେମାରେ ଭୀରୁଙ୍କ ଯୋଗଦାନକୁ ଅନେକ ବ୍ୟକ୍ତି ମନେ ପକାଉଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ବାଦ୍ ପଡି ନାହାଁନ୍ତି । ସେ ଭୀରୁଙ୍କ ପରିବାରକୁ ଏକ ଚିଠି ମାଧ୍ୟରେ ତାଙ୍କର ଭାରତୀୟ ସିନେମାରେ ଯୋଗଦାନକୁ ମନେ ପକାଇଛନ୍ତି ।
ଭୀରୁ ଦେବଗନଙ୍କ ପତ୍ନୀଙ୍କୁ ଲେଖିଥିବା ଏହି ଚିଠିକୁ ଅଜୟ ଦେବଗନ ତାଙ୍କ ଟ୍ୱିଟରରେ ସେୟାର କରିଛନ୍ତି ।
My Mother & entire Devgan family are deeply touched & humbled in silence by this thoughtful gesture from our Honourable Prime Minister @narendramodi.
Thank you Sir. 🙏 pic.twitter.com/sJzFRzvMZb— Ajay Devgn (@ajaydevgn) June 2, 2019
ମେ’ ୨୮ରେ ପ୍ରଧାନମନ୍ତ୍ରୀ ଏହି ଚିଠିରେ ଲେଖିଛନ୍ତି କି, ‘ଶ୍ରୀ ଭୀରୁ ଦେବଗନଙ୍କ ନିଧନ ହେବାର ଖବର ଶୁଣି ମୋତେ ବହୁତ ଦୁଃଖ ଲାଗିଲା, ଯିଏ ହିନ୍ଦୀ ସିନେମା ଜଗତରେ ନିଜର ଭଲ କାର୍ଯ୍ୟ ପାଇଁ ପ୍ରସିଦ୍ଧ ଥିଲେ । ଏହା ଇଣ୍ଡଷ୍ଟ୍ରି ପାଇଁ ବହୁତ ବଡ କ୍ଷତି’ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଶ୍ରୀ ଦେବଗନ ଷ୍ଟଣ୍ଟମ୍ୟାନ, ଆକ୍ସନ କୋରିଓଗ୍ରାଫର, ନିର୍ଦ୍ଦେଶକ, ନିର୍ମାତା ଆଦି ରୂପେ କାର୍ଯ୍ୟ କରିଛନ୍ତି । ସେ ତାଙ୍କ କ୍ଷେତ୍ରରେ ବହୁତ ଭଲ କାର୍ଯ୍ୟ କରିଛନ୍ତି । ମୋ ତରପଫରୁ ଭୀରୁ ଦେବଗନଙ୍କ ପରିବାର , ବନ୍ଧୁ, ପ୍ରଶଂସକ ଏବଂ ସମସ୍ତ ସିନେମା ଜଗତ ପାଇଁ ଗଭୀର ସମବେଦନା ଜଣାଉଛି ।