ବାଲେଶ୍ୱର ( ଏଟିଆର ବ୍ୟୁରୋ): ମାତିଲେ ଲୁଟେରା । ମହଳାଙ୍କ ବେକରୁ ଝାମ୍ପି ନେଲେ ସୁନା ହାର । ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢିବାରେ ଲାଗିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ଅଞ୍ଚଳରେ । ଗତ କିଛି ଦିନ ତଳେ ରାଉରକେଲା ଉଦିତ ନଗର, ଓ ଜଗତସିଂହପୁର ବଜାରରେ ଏମିତି ଘଟଣା ଘଟିଥିବା ବେଳେ ବାଲେଶ୍ୱରରେ ଅବିକଳ ଢଙ୍ଗରେ ଲୁଟ କଲେ ଲୁଟେରା । ସୂଚନା ଅନୁସାରେ ଆଜି ସକାଳେ ଗୋପାଳପୁର ଫାଣ୍ଡି ଅଞ୍ଚଳରେ ମର୍ଣ୍ଣି ୱାର୍କ କରିବାକୁ ଜଣେ ମହିଳା ଯାଇଥିବା ବେଳେ ତାର ସୁଯୋଗ ନେଇଛି ଲୁଟେରା ।
ସୋର ମଙ୍ଗଳା ଗାଁର ଜୟନ୍ତୀ ଜେନା ଆଜି ଭୋରୁ ମର୍ଣ୍ଣି ୱାର୍କ କରିବାକୁ ଯାଇଥିବା ବେଳେ ଦୁଇ ଜଣ ଦୂର୍ବୁତ୍ତ ତାଙ୍କ ବେକରୁ ସୁନା ହାର ଝାମ୍ପି ନେଇଛନ୍ତି । ମହିଳା ଜଣଙ୍କୁ ରାସ୍ତାରେ ଏକୁଟିଆ ଦେଖି ଦୁଇ ଦୂର୍ବୁତ୍ତ ଯୋଜନା ବଦ୍ଧ ଭାବେ ଲୁଟ କରିଛନ୍ତି । ସେମାନେ ଲୁଟବେଳେ କଳା ପଲସର ବାଇକ ବ୍ୟବହାର କରିଥିବା ଜଣା ପଡିଛି । ଲୁଟ ହେବା ପରେ ମହିଳା ଜଣଙ୍କ ତଳେ ପଡିଯାଇ ଜୋରରେ ପାଟି କରିବା ଫଳରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଥି ଲେ ।
ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲୁଟ କରିଥିବା ଯୁବକଙ୍କର କୌଣସି ପତ୍ତା ମିଳି ନାହିଁ । ସବୁଠାରୁ ବଡ କଥା ହେଉଛି ଲୁଟ ହୋଇଥିବା ସ୍ଥାନ ଠାରୁ ଗୋପାଳପୁର ଫାଣ୍ଡିର ଦୂରତା ରହିଛି ମାତ୍ର ୧୫୦ ମିଟର ।