ନୟାଗଡ (ଏଟିଆର ବ୍ୟୁରୋ); ପ୍ରସିଦ୍ଧ ନୀବଳମାଧବ ମନ୍ଦିର ଭୋଗ ମଣ୍ଡପ ଦଧିନଉତି କ୍ଷତିଗ୍ରସ୍ତ । କଳା ବୈଶାଖୀରେ ଏଭଳି ହୋଇଥିବା ଜଣା ପଡିଛି । କେବଳ ଏତିକି ନୁହେଁ କାଳବୈଶାଖୀରେ ମନ୍ଦିରର ଆହୁରି ବହୁତ କିଛି କ୍ଷତି ହୋଇଛି ।ମନ୍ଦିର ବାନା ମଧ୍ୟ ଉଡିଯାଇଥିଲା। ଏହା ଜଣାପଡିବା ପରେ ଦେବୋତ୍ତର ମ୍ୟାନେଜର ହରିହର ଦାଶ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ପ୍ରତ୍ନତତ୍ତ୍ବ ବିଭାଗକୁ ଅବଗତ କରାଯିବ ବୋଲି କହିଛନ୍ତି।
ରବିବାର ଏକ ଘଣ୍ଟା ଧରି କଣ୍ଟିଲୋରେ କାଳବୈଶାଖୀ ହୋଇଥିଲା । ଏହା ପ୍ରଭାବରେ ମନ୍ଦିରର ବହୁତ କ୍ଷତି ହୋଇଛି । ତେବେ ଏହିସବୁ କାମର ମରାମତି ଯଥାଶିଘ୍ର କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଦଧିନଉତି ପୂର୍ବରୁ ଫାଟଥିଲା । କାଳ ବୈଶାଖୀ ହେବା ଫଳରେ ଏହା ଭାଙ୍ଗି ପଡିଥିବା କହିଛନ୍ତି ପୂଜକ । ମନ୍ଦିର ପାଖରେ ଥିବା ସାହିରେ ମଧ୍ୟ ଲୋକଙ୍କ ଚାଳ ଉଡାଇନେଇଥିବା ନଜର ଆସିଛି ।
ସୂଚନାଯୋଗ୍ୟ,ନିକଟରେ ଯାଇଥିବା ‘ଫୋନୀ’ର ପ୍ରଭାବ କଣ୍ଟିଲୋରେ ପଡିନଥିଲା । କିନ୍ତୁ ତୁହାକୁ ତୁହା କାଳ ବୈଶାଖୀର ପ୍ରଭାବ ଏଠାରେ ପଡୁଛି । ଫୋନୀ ପ୍ରଭାବରେ ପୁରୀ ଶ୍ରୀମନ୍ଦିର ବହୁ କ୍ଷତି ହୋଇଛି । ଦ୍ୱାରପାଳ ଜୟ ବିଜୟଙ୍କ ମୂତ୍ତି ଭାଙ୍ଗି ତଳେ ପଡିଯାଇଥିଲା ।ଯାହାକି ଏବେ ସୁଦ୍ଧା ମରାମତି ହୋଇନାହିଁ । ସୂଚନାଯୋଗ୍ୟ,ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ଠାକୁରଙ୍କ ପାଇଁ ପ୍ରସିଦ୍ଧ । ପ୍ରଥମେ ଜଗନ୍ନାଥ ସେଠାରେ ଥିଲେ ବୋଲି ପୁରାଣରେ ବଣ୍ଣିତ ଅଛି । ଏଠାରେ ମଧ୍ୟ ବର୍ଷ ତମାମ ଭକ୍ତଙ୍କ ଭିଡ ଜମିଥାଏ ।