ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷ ୧୯୯୦ରେ ମୁମ୍ବାଇର ବ୍ରାନ୍ଦ୍ରାରେ ଥିବା ଏକ ପୁରାତନ ଫାଷ୍ଟଫୁଡ କମ୍ପାନୀ ମ୍ୟାକଡୋନାଲ୍ଡ ରେ କାମ କରୁଥିଲେ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନି । ମୁମ୍ବାଇରେ ସଂଘର୍ଷ କଲା ବେଳେ ସେ ସ୍ମୃତି ମଲହୋତ୍ରା ନାମରେ ଜଣା ଶୁଣା ଥିଲେ । ଏହି ଚାକିରି କରିବା ପୂର୍ବରୁ ସ୍ମୃତିଙ୍କ ପର୍ସନାଲିଟି ଭଲ ନଥିବା କହି ଏୟାର ହଷ୍ଟେସ ଚାକିରର ଇଣ୍ଟରଭ୍ୟୁରୁ ତାଙ୍କୁ ରିଜେକ୍ଟ କରି ଦିଆଯାଇଥିଲା ।
ଏବେ ସ୍ମୃତିଙ୍କ ମ୍ୟାକଡୋନାଲ୍ଡ କମ୍ପାନୀରେ ଥିବା ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) ସାର୍ଟିଫିକେଟ ବହୁତ ଶୀଘ୍ର ନିଲାମ ହେବାକୁ ଯାଉଛି । ଏହି ନିଲାମିରୁ ଯାହା ବି ଟଙ୍କା ଆସିବ ତାକୁ ଏକ ମହିଳା ସଂଘଠନକୁ ଦିଆଯିବ । କଟନ୍ ଟେକ୍ସଟାଇଲ ପ୍ରମୋଶନ କାଉଁସିଲ ଦ୍ୱାରା ଏହି ନିଲାମି କରାଯାଉଛି । ସେପଟେ କେନ୍ଦ୍ରୀୟ ବସ୍ତ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ , ନିଲାମିରୁ ମିଳିବାକୁ ଥିବା ଟଙ୍କାକୁ ମହିଳା ସଂଘଠନ ଗୃପକୁ ଦିଆଯିବ ।
୧୯୯୦ ରେ ମ୍ୟାକଡୋନାଲ୍ଡ ରେ କରିଥିବା ଚାକିରି ପରେ ଟେକ୍ସପ୍ରୋସିଲ ଏବଂ ଇରାନୀଙ୍କ ମଧ୍ୟରେ କଥାବର୍ତ୍ତା ପରେ ଏହା ଆରମ୍ଭ ହୋଇଥିଲା । ସେହି ସମୟରେ ଇରାନିଙ୍କ ମାସିକ ଦରମା ୧୮୦୦ ଟଙ୍କା ଥିଲା । ଏଠାରେ କାମ କରିବା ପରେ ସେ ଟେଲିଭିଜନରେ ଏଣ୍ଟ୍ରି କରିଥିଲେ ।
‘କ୍ୟୁଁ କି ଶାସ ବି କଭି ବୋହୂ ଥି’ ରୁ ଇରାନୀ ଏକ ଜଣା ଶୁଣା ପରିଚୟ ବନାଇଥିଲେ । ଏହାପରେ ସେ ଆଉ ପଛକୁ ଫେରିନଥିଲେ । ଏବେ ବି ତାଙ୍କ ପିଏଫ ଖାତାରେ ଟଙ୍କା ଜମା ହୋଇ ରହିଛି ।