ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତର ଆତଙ୍କବାଦୀଙ୍କ ପ୍ରତି କଡା ଆଭିମୁଖ୍ୟକୁ ଡରୁଛି ପାକିସ୍ତାନ । ପୁଲୱାମା ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଏକ ପ୍ରକାର ଛାନିଆ ହୋଇ ପଡିଛି । ମୋଦି ସରକାର ଦ୍ୱିତୀୟ ପାଳିର ଆରମ୍ଭରୁ ହିଁ ଆକ୍ସନ ମୁଡରେ ରହିଛି ସରକାର । ଗତକାଲି ଜମ୍ମୁକାଶ୍ମୀରରେ ଥିବା ଟପ ଟେନ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ ହୋଇ ସାରିଛି । ଅପରପକ୍ଷେ ଗତକାଲି ଇଦ ଅବସରରେ ପାକିସ୍ତାନ ଲାହୋରରେ ହାପିଜ ସଇଦକୁ ନମାଜ ପାଠର ନେତୃତ୍ୱ ନେବାକୁ ଦେଇ ନାହିଁ ।
ଯଦି ଆମେ ଗତ କିଛି ବର୍ଷ ଇତିହାସ ପୃଷ୍ଠା ଲେଉଟାଇବା ତେବେ ହାପିଜ ସଇଦ ହିଁ କେବଳ ଲାହୋରରେ ନମାଜର ନେତୃତ୍ୱ ନେଉଥିଲା । ପ୍ରଥମ ଥର ପାଇଁ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାପିଜ ସଇଦକୁ କଦାଫି ଷ୍ଟାଡିୟମରେ ହୋଇଥିବା ନମାଜ ପାଠର ନେତୃତ୍ୱ ନେବାକୁ ଦିଆଯାଇ ନାହିଁ । ଏମିତି କି ସେ ଯଦି ଏଥିପାଇଁ କିଛି ପଦକ୍ଷେପ ନିଏ ତାକୁ ଗିରଫ କରାଯିବ ବୋଲି କୁହା ଯାଇଥିଲା ।
ଯାହାଫଳରେ ହାପିଜ ରହୁଥିବା ଜୋହର କସ୍ୱା ସ୍ଥିିତ ଏକ ମସଜିତରେ ନମାଜ ପାଠ କରିଥିବା ସୂଚନା ମିଳିଛି । ପାକିସ୍ତାନ ସରକାରଙ୍କ ନିର୍ଦେଶ ପରେ ସଇଦ ପାଖରେ କୌଣସି ବିକଳ୍ପ ନଥିବାରୁ ସେ ବାଧ୍ୟ ହୋଇ ଷ୍ଟାଡିୟମରେ ଥିବା କାର୍ଯ୍ୟକ୍ରମକୁ ବନ୍ଦ ରଖିଛି । ସୂନାଯୋଗ୍ୟ ମୁମ୍ବାଇ ବିଷ୍ପୋରଣରେ ସଇଦ ହାପିଜ ହିଁ ଥିଲା ମାଷ୍ଟର ମାଇଣ୍ଡ । ଯେଉଁଥିରେ ୧୬୬ ଜଣ ନିରିହ ଲୋକଙ୍କର ପ୍ରାଣହାନି ହୋଇଥିଲା । ଏଥି ନିମନ୍ତେ ସଇଦକୁ ୨୦୦୮ ମସିହା ୧୦ ଡିସେମ୍ଭରରେ ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧକ ଲଗାଇଥିଲେ ।