ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ପୋଷ୍ଟକାର୍ଡ ଲଢେଇ ଜାରି ରହିଛି । ଗୋଟେପଟେ ବିଜେପି ପକ୍ଷରୁ ତୃଣମୂଳ ସରକାରକୁ ‘ଜୟ ଶ୍ରୀରାମ ’ ଲେଖା ହୋଇଥିବା ୧୦ ଲକ୍ଷ ପୋଷ୍ଟକାର୍ଡ ପଠାଯାଉଥିବା ବେଳେ , ଅନ୍ୟପଟେ ତୃଣମୂଳ ପକ୍ଷରୁ ବିଜେପି ନେତାମାନଙ୍କୁ ‘ଜୟ ବଙ୍ଗଳା, ଜୟ କାଳୀ’ ଲେଖାର ୨୦ ଲକ୍ଷ ପୋଷ୍ଟକାର୍ଡ ପଠାଯାଉଛି । ଦୁଇ ଦଳ ମଧ୍ୟରେ ଲାଗିଥିବା ଏହି ଲଢେଇ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ୩.୫୩ କୋଟି ଟଙ୍କାର କ୍ଷତି ହେଉଛି ।
ବର୍ଷ ୨୦୧୭ ଅନୁଯାୟୀ ଡାକବିଭାଗର ଏକ ରିପୋର୍ଟ ମୁତାବକ, ପ୍ରତ୍ୟେକ ପୋଷ୍ଟକାର୍ଡ ଉପରେ ସରକାରଙ୍କର ୧୨.୧୫ ଟଙ୍କା ଲାଗିଥାଏ କିନ୍ତୁ ସରକାର ଏହାକୁ କେବଳ ୫୦ ପଇସାରେ ବିକ୍ରି କରିଥାନ୍ତି । ଏହାର ଅର୍ଥ ପ୍ରତ୍ୟେକ ପୋଷ୍ଟକାର୍ଡ ଉପରେ ସରକାରଙ୍କୁ ୧୧.୭୫ ଟଙ୍କା କ୍ଷତି ସହିବାକୁ ପଡିଥାଏ । ଯଦି ଦୁଇ ଦଳ ନିଜ ନିଜର ରାଜନୈତିକ ଲଢେଇ ଏହି ପୋଷ୍ଟକାର୍ଡ ମାଧ୍ୟରେ ଲଢିବେ ତେବେ ଏହାଦ୍ୱାରା କେନ୍ଦ୍ରସରକାରଙ୍କୁ ୩.୫୩ ଟଙ୍କା କ୍ଷତି ସହିବାକୁ ପଡିବ ।
ବିଜେପି କାର୍ଯ୍ୟକର୍ତ୍ତାମାନେ ଏହି ପୋଷ୍ଟକାର୍ଡକୁ କେବଳ ମମତା ବାନାର୍ଜିଙ୍କୁ ପଠାଉଛନ୍ତି । ମାତ୍ର ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ତାଙ୍କ ପୋଷ୍ଟକାର୍ଡକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା,କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ, ବିଜେପି ସାଂସଦ ଲାକେଟ ଚାଟାର୍ଜି,ଅର୍ଜୁନ ସିଂହ, ମୁକୁଳ ରାୟ ଏବଂ ମଧ୍ୟପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ପଠାଉଛନ୍ତି ।
ଖବରମୁତାବକ, ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଜୟ ଶ୍ରୀରାମ ନାରା ବାଜ୍ କରାଯିବା ଦ୍ୱାରା ଅନେକ ଥର ମମତା ବାନାର୍ଜିଙ୍କୁ ରାଗି ଯାଇଥିବାର ଦେଖିବାକୁ ମିଳିଥିଲା । ସେଥିପାଇଁ ବିଜେପି କାର୍ଯ୍ୟକର୍ତ୍ତା ମାନେ ସେହି ନାରା ବଜ୍ କୁ ମମତାଙ୍କ ବିରୋଧରେ ଜନସମର୍ଥନ କରିବା ପାଇଁ ଏହାକୁ ଅସ୍ତ୍ର କରିଛନ୍ତି ।