ନୂଆଦିଲ୍ଲୀ (ଏଟିଆର ): ଦେଶର ସବୁଠାରୁ ବଡ ଡିଜିଟାଲ ପେମେଂଟ ବ୍ୟାଙ୍କ ମଧ୍ୟରୁ paytm ଅନ୍ୟତମ . ଏବେ ଏହି ଆପକୁ ଗୁଗଲ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଛି . ଏହା ସ୍ଥାନରେ paytm ବିଜନେସ , ମନି,ଏବଂ ମଲ ଭଳି ଆପ ଗୁଗଲ ପ୍ଲେଷ୍ଟୋରରେ ଦେଖିବାକୁ ମିଳୁଛି . ଏନେଇ paytm ପକ୍ଷରୁ କୁହାଯାଇଛି କି ନୂତନ ଅପଡେଟ ପାଇଁ ଏଭଳି କରାଯାଇଛି , ବହୁତ ଶୀଘ୍ର ଆପଣ ଏହି ଆପ କୁ ଡାଉନଲୋଡ଼ କରିପାରିବେ .
ଅନ୍ୟପଟେ ସୂଚନା ମିଳୁଛି କି , ଆପ ଅନଲାଇନ ଜୁଆ ସହ ଜଡିତ ନିବେଶ ପରେ ଗୁଗଲ ଏଭଳି କାର୍ଯ୍ୟକାରୀ କରିଛି . ଏନେଇ ଗୁଗଲ ପକ୍ଷରୁ କୁହାଯାଇଛି କି , ଅନେକ ଅନଲାଇନ ଗେମ୍ସ ନିୟମ ଉଲଂଘନ କରିଛି କମ୍ପାନୀ . ସେଥିପାଇଁ ଏଭଳି କାର୍ଯ୍ୟକାରୀ କରାଯାଇଛି . ସେହିପରି ଗୁଗଲ ପକ୍ଷରୁ ଗାଇଡ୍ଲାଇନରେ କୁହାଯାଇଛି କି କୌଣସି ପ୍ରକାରର ଅନଲାଇନ କାଶୀନ କୁ ସ୍ୱୀକାର କରାଯାଇପାରିବ ନାହିଁ .