ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚିକମିକ ଲାଇଟ ସାଙ୍ଗକୁ ଟେଣ୍ଟରେ ଝଲସୁଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଆସନ୍ତାକାଲି ମହାଦେଶ ବିବାହ ଉତ୍ସବ ପାଳନ ହେବ । ଯାହାକୁ ଦୃଷ୍ଟିରେ ରଖି ମନ୍ଦିରକୁ ସଜାଯାଇଛି । ମନ୍ଦିର ସାମନାରେ ସୁନ୍ଦର ଟେଣ୍ଟ ଲୋକଙ୍କ ମନ ମୋହୁଛି । ମନ୍ଦିର ଚାରିପାଖ ମଧ୍ୟ ସଫା ସୁତରା କରାଯାଇଛି । କେଉଁଠି କିଛି ବି ଅଳିଆ ନାହିଁ । ଆଜି ସକାଳେ ବିଏମସି କର୍ମଚାରୀ ବୁଲି ବୁଲି ସଫା କରି ଚକଚକ କରେଇ ଦେଇଛନ୍ତି ।
ଆସନ୍ତା କାଲି ଶିବଙ୍କ ବିବାହ ଉତ୍ସବ ପାଳିତ ହେବ । କାଲି ଡିଜେ ସାଙ୍ଗକୁ ପ୍ରସେଶନ ପାଇଁ ସଜବାଜ ମଧ୍ୟ ସବୁ ହୋଇ ସାରିଛି । ସମ୍ବଲପୁରରେ ଏହି ପର୍ବ ସବୁଠାରୁ ବଡ ପର୍ବ । ବିବାହ ପୂର୍ବରୁ ନିର୍ବନ୍ଧ ହୋଇସାରିଛି । ପରମ୍ପରା ଅନୁସାରେ, ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞାସା କରିବା ସହ ଭୋଳାବାବାଙ୍କ ଗୁଣଗ୍ରାମ ବିଷୟରେ କନ୍ୟାପକ୍ଷଙ୍କୁ ଅବଗତ କରାଇଥିଲେ। ଶେଷରେ କନ୍ୟାପକ୍ଷ ସହମତ ହେବା ପରେ ସର୍ଗି ପତ୍ର ବିଡା ଦେଇ ବିବାହ ପାଇଁ ନିର୍ବନ୍ଧ ପକ୍କା କରାଯାଇଥିଲା।
ଆଜି ସଂଧ୍ୟାରେ ଦେବ ନିମନ୍ତ୍ରଣ ବା ଗୁଆଗୁଣ୍ଡା ଅନୁଷ୍ଠିତ ହେବ। ଅନ୍ୟ ଦେବାଦେବୀମାନଙ୍କ ମନ୍ଦିରକୁ ଯାଇ ଶିବ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯିବ। ଆସନ୍ତାକାଲି ପାର୍ବତୀଙ୍କୁ ବିବାହ କରିବା ପାଇଁ ମହାଆଡମ୍ଭରରେ ବାହାରିବେ ମହାଦେବ । ଫେରିବା ଦିନ ମଧ୍ୟ ପ୍ରସେସନ ହେବ । ସେହିଦିନ ଭୁବନେଶ୍ୱର ପ୍ରାୟ ଡିଜେ ସେଠାରେ ଭାଗ ନେଇଥାନ୍ତି । ଭକ୍ତଙ୍କ ନାଚରେ ପ୍ରକମ୍ପିତ ହେବ ଏକାମ୍ର କ୍ଷେତ୍ର ।