ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୧୫ ତାରିଖ ଠାରୁ ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ଟ୍ରେନ ଅର୍ଥାତ ନନ୍ଦନକାନନ ଓ ନୀଳାଚଳ ଏକ୍ସପ୍ରେସର ସମୟକୁ ପରିବର୍ତ୍ତନ କରାଯାଇଛି । ଯାତ୍ରୀଙ୍କ ସୁବିଧା ଓ ଟ୍ରେନ ପରିଚାଳନା ସମସ୍ୟାକୁ ଏଡାଇବା ପାଇଁ ସମୟରେ ଏହିଭଳି ପରିବର୍ତ୍ତନ କରାଯାଇଛି । ମୋଗଲସରାଇ ରେଳମଣ୍ଡଳ ଅନ୍ତରଗର୍ତ ଗୟା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ମଧ୍ୟରେ ଉଭୟ ପାଶ୍ୱରୁ ଆସୁଥିବା ନନ୍ଦନକାନନ ଓ ନୀଳାଚଳ ଏକ୍ସପ୍ରେସର ସମୟକୁ ପରିବର୍ତ୍ତନ କରାଯାଇଛି ।
ପୁରୀ- ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ ଗୟା ଷ୍ଟେସନ ଠାରୁ ଏହାର ନିର୍ଦ୍ଧାରିତ ସମୟ ରାତି ୨.୧୦ରେ ଛାଡୁଥିବା ବେଳେ ଏହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ଠାରୁ ଭୋର ୫.୧୫ରେ ଛାଡୁଥିଲା । ଯାହା କି ପରିବର୍ତ୍ତିତ ହୋଇ ଭୋର ୫.୧୦ରେ ଛାଡିବ ।ସେହିପରି ଫେରିବା ମାର୍ଗରେ ନୂଆଦିଲ୍ଲୀ- ପୁରୀ ନନ୍ଦନକାନନ ଏକ୍ସପ୍ରେସ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ଠାରୁ ୬ଟା ୧୩ରେ ଛାଡୁଥିବା ବେଳେ ଗୟା ଷ୍ଟେସନଠାରେ ରାତି ୮ଟା ୫୦ ପରିବର୍ତ୍ତେ ରାତି ୮ଟା ୫୫ରେ ଛାଡିବ । ଅନ୍ୟପଟେ ପୁରୀ- ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ ଗୟା ଷ୍ଟେସନ ଠାରୁ ରାତି ୩ଟା ୧୫ରେ ଛାଡୁଥିବା ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନଠାରେ ଭୋର ୬ଟା ୩୫ ପହଞ୍ଚୁଥିଲା । ଯାହା ଏବେ ପରିବର୍ତ୍ତିତ ହୋଇ ୬ଟା୨୫ରେ ଛାଡିବ । ସେହିପରି ନୀଳାଚଳ ଫେରିବା ସମୟରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନଠାରେ ରାତି ୧୨ଟା ୨୫ ପରିବର୍ତ୍ତେ ୧୨ଟା ୨୦ରେ ଛାଡିବ । ଯାତ୍ରୀଙ୍କ ସୁବିଧା ପାଇଁ ସମୟ ପରିବର୍ତ୍ତିତ କରାଯାଇଥିବା ସୂଚନା ମିଳିଛି ।