ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଜାରକୁ ଜିଓ ଆସିବା ପରେ ଟେଲିକମ୍ କମ୍ପାନୀ ଗୁଡିକରେ ଡାଟାକୁ ନେଇ ଲଢେଇ ଜାରି ରହିଛି । ଗ୍ରାହକଙ୍କୁ ଆକୃଷ୍ଠ କରିବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରତ୍ୟେକ ଦିନ ନୂତନ ପ୍ଲାସ ସବୁ ଲାଗୁ କରାଯାଉଛି । ଏବେ ଏହି ରେସ୍ ରେ ଭାରତୀୟ ଟେଲିକମ୍ କମ୍ପାନୀ ବିଏସଏନଏଲ ବି ସାମିଲ ହୋଇଯାଇଛି ।
ଖବରମୁତାବକ, ଏବେ ଏହି ସରକାରୀ ଟେଲିକମ କମ୍ପାନୀ BSNL 4G plus ଲଞ୍ଚ କରିଛି । ଏହି ସେବା ଜରିଆରେ ସାରାଦେଶରେ ଥିବା ବିଏସଏନଏଲ ୱାଇଫାଇ ହଟସ୍ପଟ ସାହାଯ୍ୟରେ ବିଏସଏନଏନ ସବସ୍କ୍ରାଇବର ତାଙ୍କ ଫୋନ୍ରେ ଇଣ୍ଟରନେଟ୍ ଆକ୍ସେସ କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ତାଙ୍କ ମୋବାଇଲାର ୪ଜି ନେଟୱାର୍କର ଆବଶ୍ୟକ ନାହିଁ ।
ପ୍ରକୃତରେ ୟୁଜର୍ସ ୱାଇଫାଇକୁ ତାଙ୍କ ନେଟୱାର୍କ ଭାବେ ବ୍ୟବହାର କରିପାରିବେ । ଏହାର ସବିଶେଷ ତଥ୍ୟ ଆପଣ କମ୍ପାନୀର ୱେବସାଇଟରୁ ପାଇ ପାରିବେ ।
BSNL 4G plus ସେବାକୁ ଦୁଇଟି ଉପାୟରେ ବ୍ୟବହାର କରାଯାଇ ପାରିବ । ଏହାର ପ୍ରଥମ ଉପାୟ ହେଉଛି Extensible Authentication Protocol ମାନେ EAP ଏବଂ ଦ୍ୱିତୀୟ ଉପାୟ ହେଉଛି Non-EAP ।
EAP ଦ୍ୱାରା ଏଭଳି କରନ୍ତୁ ନମ୍ବର ଆକ୍ଟଭେଟ: ସେଥିପାଇଁ ଆପଣଙ୍କ ମୋବାଇଲ ୱାଇଫାଇ ଅନ୍ କରିବାକୁ ହେବା । ଏହାପରେ BSNL 4G plus SSID କୁ ସିଲେକ୍ଟ କରି ସିମ୍ ଅଥଣ୍ଟିକେସନ ପାଇଁ EAP କୁ ସିଲେକ୍ଟ କରନ୍ତୁ । ପୁଣି ବିଏସଏନଏଲ ସିମ୍ ସ୍ଲଟ୍ ଉପରେ ଟ୍ୟାପ କରିଦିଅନ୍ତୁ । ଯେତେବେଳେ ସିମ୍ ଅଥଣ୍ଟିକେଶନ ହୋଇଯିବ ତାପରେ ନେଟୱାର୍କକୁ ଜଏନ୍ କରିବାକୁ ଥିବା ବିକଳ୍ପ ଉପରେ ଟ୍ୟାପ କରନ୍ତୁ ।
ଏଭଳି କରନ୍ତୁ Non-EAP ଡିଭାଇସକୁ ଆକ୍ଟିଭେଟ୍: ସର୍ବ ପ୍ରଥମେ ମୋବାଇଲ ୱାଇଫାଇ ଅନ୍ କରନ୍ତୁ । ଏହା ପରେ BSNL 4G plus SSID କୁ ସିଲେକ୍ଟ କରି ମୋବାଇଲ ନମ୍ବର ଏଂଟର କରନ୍ତୁ । ଏହି ନମ୍ବର ସେହି ନମ୍ବର ହୋଇଥିବା ଉଚିତ୍ ଯେଉଁ ନଂରେ ଆପଣ ଲଗଇନ୍ ପିନ୍ ରିସିଭ୍ କରି ପାରିବେ । ଯେଉଁ ପିନ୍ ଆପଣଙ୍କ ନଂକୁ ଆସିଥିବା ତାକୁ ଏଂଟର କରନ୍ତୁ । ଏହାପରେ ଲଗଇନ୍ କରନ୍ତୁ ।