କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ମନ୍ତ୍ରୀଙ୍କୁ ରବରଷ୍ଟାମ୍ପ କହିବା ପ୍ରସଙ୍ଗର ଜବାବ ରଖିଲା ବିଜେଡି । ବିଜେଡି ମନ୍ତ୍ରୀ ପଦ୍ମିନ ଦିଆନ ଓ ସାଂସଦ ରମେଶ ମାଝି ପ୍ରତିକ୍ରିୟା ରଖିଛନ୍ତି । ରମେଶମାଝି ପ୍ରତକ୍ରିୟାରେ କହିଛନ୍ତି ସବୁମନ୍ତ୍ରୀ ଫାଇଲ ଦେଖିବା ପରେ ହିଁ ଦସ୍ତଖତ କରିଥାନ୍ତି । ସେହିଭଳି ପଦ୍ମିନୀ କହିଛନ୍ତି ତାରାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ଠାରୁ ଏମିତି ମନ୍ତବ୍ୟ ଆଶା କରାଯାଉ ନଥିଲା । ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କାମ କରୁ ସଚିବଙ୍କ ନିର୍ଦେଶରେ ନୁହେଁ ।
ସୂଚନାଯୋଗ୍ୟ ଗତକାଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ କୋରାପୁଟ ଭଳି ଆଦିିବାସୀ ଅଞ୍ଚଳକୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଦିଆଯିବା କଥା କିନ୍ତୁ ଏଥର ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏନେଇ ଆଉଥରେ ବିଚାର କରିବାକୁ ସେ ଅନୁରୋଧ କରିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଦୁଇ ତିନି ଜଣଙ୍କୁ ଛାଡି ଦେଲେ ବାକି ସମସ୍ତେ କେବଳ ଦସ୍ତଖତ କରିବେ । ଏମାନେ କେବଳ ରବର ଷ୍ଟାମ୍ପ । ଉପରେ ଯାହା ନିଷ୍ପତ୍ତି ହେବ ସଚିବ ମନ୍ତ୍ରୀଙ୍କୁ ଜଣେଇବେ ଓ ମନ୍ତ୍ରୀ ସେଥିରେ ଦସ୍ତଖତ କରିବାକୁ ବାଧ୍ୟ ବୋଲି ତାରା କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯେଉଁ ପ୍ରସଙ୍ଗ ଉପରେ ଆଜି ମତ ରଖିଛନ୍ତି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ବିଜେଡି ସାଂସଦ ରମେଶ ମାଝୀ