ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶୁକ୍ରବାର ପାହାଳରେ ହୋଇଥିବା ମର୍ଡରର ଗୁମର ଖୋଲିଛି ପୋଲିସ । ମୃତ ପ୍ରିତମଙ୍କୁ ତାଙ୍କ ବଡ ଭାଇ ମାରିଥିବା ଜଣା ପଡିଛି । ଅଭିଯୁକ୍ତ ମାମୁନ ରାଉତରାୟକୁ ଚିହ୍ନଟ କରିଛି ପୋଲିସ । ସମ୍ପତି ଲୋଭରେ ବଡ ଭାଇ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅନୁମାନ କରିଛି ପୋଲିସ । ମୋବାଇଲରେ ରେକଡିଂ ଭିଡିଓରୁ ପୋଲିସ ଅଭିଯୁକ୍ତକୁ ଚିହ୍ନିଛି ।
ସୂଚନା ଅନୁଯାୟୀ,ଭୁବନେଶ୍ୱର ବରଗଡ ଅଞ୍ଚଳର ପ୍ରିତମ ରାଉତ ରାୟ କୌଣସି କାମରେ ପାହାଳ ଯାଇଥିଲେ । ତାଙ୍କୁ କେହି ଦୁର୍ବୃତ୍ତ ମରାନ୍ତକ ଆକ୍ରମଣ କରିଥିଲା । ଏବଂ ତାଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କୁ କେହି ଗୋଡାଇ ଗୋଡାଇ ହାଣିବାର ଦୃଶ୍ୟ ମୋବାଇଲରେ କେହି କଏଦ କରିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନୁଧ୍ୟାନ କରି ପୋଲିସ ଅପରାଧୀ ମାମୁନ ରାଉତରାୟକୁ ଚିହ୍ନଟ କରିଛି ।
ଗତକାଲି ଦିନ ଦ୍ୱିପ୍ରହରେ ମାମୁନ ବିଚ ରାସ୍ତାରେ ଗୋଡାଇ ଗୋଡାଇ ହାଣିଥିଲା । ଏହାପରେ ସୁରେଖା ଆପାର୍ଟ ମେଣ୍ଟ ନିକଟରେ ଥିବା ଏକ ନିର୍ମାଣାଧିନ ପାଇଖାନାରେ ଫୋପାଡି ଚାଲି ଯାଇଥିଲା । ରକ୍ତ ଭିଜା କଟୁରୀକୁ ଗାମୁଛାରେ ପୋଛି ଲୁଚେଇ ଆଣୁଥିବା ଦୃଶ୍ୟକୁ କେହି ଚତୁରତାର ସହ ଉଠାଇଥିଲା । ଯାହାକି ପୋଲିସ ପାଇଁ ଅପରାଧୀ ପାଖରେ ପହଁଞ୍ଚିବାର ବାଟ ଦେଖାଇଛି । ଜମି ବାଡି ମାମଲା ପାଇଁ ଏଭଳି ଘଟିଥିବା ପୋଲିସ ଅନୁମାନ କରୁଛି ।