ପୁରୀ (ଏଟିଆର ବ୍ୟୁରୋ); ସରିଲା ବାହୁଡା ଯାତ୍ରା । ଭାଇ ଉଭଣୀଙ୍କ ସହ ମାଉସୀଙ୍କ ଘରୁ ବାହୁଡିଛନ୍ତି ନଟିଆ ଠାକୁର । ବଡ ଦେଉଳ ଆଗରେ ଲାଗିଲା ତିନି ରଥ । ପ୍ରଥମେ ବଡ ଭାଇ ବଳଭଦ୍ରଙ୍କ ରଥ ପରେ ଭଗିନୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତଙ୍କ ରଥକୁ ଟାଣି ଟାଣି ଆଣି ଭକ୍ତମାନେ ବଡ ଦେଉଳ ଆଗରେ ଲଗାଇଛନ୍ତି । ଆନନ୍ଦର ସହ ନାଚି ନାଚି ଭକ୍ତମାନେ ରଥ ଟାଣିଥିଲେ । ଯେଉଁ କାରଣୁ ବହୁ ଶିଘ୍ର ପହଁଞ୍ଚିଥିଲା ତିନି ରଥ ।
ଆଜି ସକାଳେ ଶିଘ୍ର ନୀତି କାନ୍ତି ସରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଭଗବାନଙ୍କ ଭାବରେ ନିମଗ୍ନ ହୋଇଯାଇଥିଲେ ଭକ୍ତ । ଯେଉଁ କାରଣରୁ ସେମାନେ ବଡ ଖୁସି ସହକାରେ ଟାଣିଥିଲେ ରଥ । ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ସକାଳୁ ସକାଳୁ ଶରଧା ବାଲିରେ ଲାଗିଥିଲା ଭକ୍ତଙ୍କ ଭିଡ । ନୀତିକାନ୍ତି ସରିବା ପରେ ରାଜା ଛେରା ପହଁରା କରି ସାରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ରଥଯାତ୍ରା ଭଳି ବାହୁଡାରେ ମଧ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ରଥ ଟଣା ହୋଇଥିଲା । ଏବଂ ରଥ ସମୟ ପୂର୍ବରୁ ପହଁଞ୍ଚି ଯାଇଛନ୍ତି ।