ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚାରିଆଡେ ଶୂନଶାନ । କେହି ଦେଖିବାକୁ ନାହାନ୍ତି । ପୂରା ମୌକା ମିଳିଗଲା । ବାସ ଏହାପରେ ଚାଲିଲା ମୌଜ । ସିଧା କହିବାକୁ ଜଙ୍ଗଲରେ ଜସନ ମନାଇଲେ ପ୍ରେମୀ ଯୁଗଳ । ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଏବେ ସବୁଠି ଚର୍ଚ୍ଚା ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭିଡ଼ିଓ ଭାଇରାଲ ପୁଣି ଆନ୍ତର୍ଜାତୀୟ ମହିଳା ଦିବସରେ ହିଁ ହୋଇଥିବା ଶୁଣିବାକୁ ମିଳୁଛି । ଏହାକୁ ନେଇ ମାମଲା ବି ଥାନାରେ ପହଞ୍ଚିଛି । କିନ୍ତୁ ର୍ଦୁଭାଗ୍ୟ ଏଯାବତ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ ପୁଲିସ ।
ସେପଟେ ୩ଟି ଥାକରେ ଭିଡ଼ିଓ ରେର୍କଡିଂ କରାଯାଇଛି । ପ୍ରଥମେ ରୋମାନ୍ସ ଆଉ ତା’ ପରେ ଶାରୀରିକ ମଜା ନେବାର ଭିଡ଼ିଓ ଏବେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି । ବାରମ୍ବାର ଭିଡ଼ିଓ ଭାଇରାଲ ହେବା ଓ ଏଥିରେ ବିଶେଷ କରି ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି ରହିବା ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ହୋଇଛି ।
ଏତିକି ନୁହେଁ ଅଭିଭାବକ ମହଲରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଏହି ଭାଇରାଲ ଭିଡ଼ିଓ ନୟାଗଡ଼ର ଖଣ୍ଡପଡାରେ ହୋଇଥିବା ଜଣାପଡିଛି । ଏକ କଲେଜରେ ପଢ଼ୁଥିବା ଏହି ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ କେମିତି ହେଲା ତାହା ଜଣାପଡିନାହିଁ । ପୁଅ ହିଁ ଭିଡ଼ିଓ ଭାଇରାଲ କରିଥିବା ଝିଅଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି । ଯାହାର ପରିଣାମ ଏବେ ସାଂଘାତିକ ହୋଇଛି । ଭିଡ଼ିଓ ଭାଇରାଲରେ ଛାତ୍ରୀ ଜଣକ ନାବାଳିକା ବୋଲି ଜଣାପଡିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଉଭୟ କଲେଜ ପରେ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ । ସେଠାରେ ଉଭୟ ପରଷ୍ପର ଆକୃଷ୍ଟ ହୋଇଥିଲେ । ଯାହାର ଟିକିନିକ ଭିଡ଼ିଓ ସୁଟିଂ କରିଥିଲା ପୁଅ । ପ୍ରଥମେ ଯଦିଓ ଝିଅ ଏହାକୁ ବାରଣ କରୁଥିଲା କିନ୍ତୁ ଶେଷରେ ଝିଅ ଚୁପ ରହିଥିବା ଭିଡ଼ିଓରୁ ଜଣାପଡୁଛି । ଗୋଟିଏ ପଟେ ଭାଇରାଲ ଭିଡ଼ିଓ ଉପରେ ରୋକ ଲଗାଇବାକୁ ପୁଲିସ ସ୍ତରରେ ଚେଷ୍ଟା ଜାରି ରହିଥିବା ବେଳେ ଏପଟେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବା ପ୍ରମାଣ କରୁଛି ଜମାରୁ ଚେତୁନାହାନ୍ତି ଯୁବଗୋଷ୍ଠୀ ।