ଢେଙ୍କାନାଳ ( ଏଟିଆର ବ୍ୟୁରୋ): କିଏ ଜାଣିଥିଲା ଏମିତି ହେବ । ସକାଳୁ ହାଟକୁ ଆସିଥିବା ହାଟୋଇଟା ଆଉ ଘରକୁ ଫେରିବ ନି ବୋଲି । ହାଟରେ ଚାଲିଯିବ ଜୀବନ । ଏମିତି ଏକ ଲୋମ ଟାଙ୍କୁରା ଅଘଟଣ ଘଟିଛି ଢେଙ୍କାନାଳ ସହର ଅଳସୁଆ ହାଟରେ । ହାଟ ଚାଲୁଥିବା ବେଳେ ପାଖରେ ଥିବା ପୁରୁଣା ରାଇସ ମିଲ ପାଚେରି ଭାଙ୍ଗି ୪ ଜଣଙ୍କ ନିରୀହ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ପ୍ରତି ରବିବାର ପରି ଆଜି ଅଳସୁଆ ହାଟରେ ହାଟ ଚାଲୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।
ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।
ଘଟଣା ସ୍ଥଳରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିଛନ୍ତି । ଆହାତ ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ମୁତାବକ ରାଇସମିଲର କାନ୍ଥଟି ବହୁତ ପୁରୁଣା ହୋଇଯାଇଥିବା ସ୍ଥାନୀୟ ଲୋକେ ପ୍ରଶାସନକୁ ପୂର୍ବରୁ ଅବଗତ କରାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ନିଆଯାଇ ନଥିଲା ।
ଉଦ୍ଧାର କାର୍ଯ୍ୟ ଏବେ ବି ଚାଲୂୁରହିଛି । ଦୂର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ଆଶଙ୍କା ରହିଛି । ତେବେ କାନ୍ଥ କଡରେ କିଛି ଉଠା ଦୋକାନୀ ବସି ବ୍ୟବସାୟ କରୁଥିବା ବେଳେ ଏହିଭଳି ଏକ ଅଘଟଣ ଘଟିଛି । ଘଟଣା ସ୍ଥଳରେ ଉତ୍ତଜନା ଆଶଙ୍କା କରି ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।