ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସୀ ଖବର । ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଣିକି ଆଉ ୪ ମାସ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ । ମାଗଣାରେ ଅତିରିକ୍ତ ୫ କିଲୋ ଚଉଳ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି । ଡିସେମ୍ବର ୨୦୨୧ ରୁ ମାଚ୍ଚ ୨୦୨୨ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଦିଆଯିବ । ଏହାଦ୍ୱାରା ଏହା ଅଧୀନରେ ଥିବା ୯,୧୫,୫୩୨ ସଦସ୍ୟ ଉପକୃତ ହେବେ । ଏଥିପାଇଁ ୬୮.୧୩ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର ।