ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ଜୁଲାଇ ୪ ତାରିଖରେ ରେ ହେବାକୁ ଥିବା ରଥଯାତ୍ରା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚକାଙ୍କ ପ୍ରକାଶ ପାଇଛି । ଗତ ରବିବାର ପ୍ରଶାସନିକ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଏହି ତାଲିକା ପ୍ରକାଶ ପାଇଛି । ତାଲିକା ଅନୁସାରେ ଜୁଲାଇ ୪ ଅର୍ଥାତ ଘୋଷଯାତ୍ରା ଦିନ ପ୍ରାତଃ ୬ ଟାରେ ମଗଂଳା ଆଳତି । ସକାଳ ୯ ଟାରେ ରଥ ଉଦଘାଟନ ଓ ସକାଳ ୯ ଟା ୧୫ ରେ ମଙ୍ଗଳାଅର୍ପଣ କରାଯିବ । ସେହିପରି ଶ୍ରୀଜୀଉଙ୍କ ପହଣ୍ଡି ବିଜେ ୯ ଟା ୩୦ ରୁ ଆରମ୍ଭ ହୋଇ ଅପରାହ୍ନ ୧୨ ଟା ୩୦ ରେ ସମାପନ ହେବ ।
ଚତୁର୍ଦ୍ଧା ମୁରତି ରଥରେ ବିଜେ ହୋଇ ସାରିବା ପରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଦ୍ୱାରା ଅପରାହ୍ନ ୨ ଟା ୩୦ ରୁ ୩ ଟା ମଧ୍ୟରେ ଅନୁଷ୍ଠିତ ହେବ । ଏହା ପରେ ଅପରାହ୍ନ ୩ ଟାରୁ ୪ ଟା ମଧ୍ୟେ ସାରଥି ଲାଗି ଏବଂ ଘୋଡା ଲାଗି କରାଯିବ । ସମସ୍ତ କାର୍ଯ୍ୟ ସରିବା ପରେ ରଥ ଟଣା ଆରମ୍ଭ ହେବ । ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି କ୍ରାନ୍ତି ବିଷୟରେ ଆଲୋଚନା ହୋଇଛି । ସେହିପରି ଆସନ୍ତା ଜୁନ ୧୭ ରେ ଅନୁଷ୍ଠିତ ହେବ ଶ୍ରୀ ଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା । ଚନ୍ଦନ , ଗୁଆ , କେଶର ମିଶ୍ରିତ ୧୦୮ ଗରା ଜଳରେ ଶ୍ରୀଜୀଉଙ୍କୁ ସ୍ନାନ କରାଯିବ । ଏହା ପରେ ସ୍ନାନ ମଣ୍ଡପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ସ୍ନାନ ଯାତ୍ରା ପରେ ପନ୍ଦର ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ ମହାପ୍ରଭୁ ।
ଏହି ସମୟରେ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ । ଶ୍ରୀଜୀଉ ଜ୍ୱରରୁ ଉଠିବା ପରେ ଜୁଲାଇ ୨ରେ ଶ୍ର ଜୀଉଙ୍କ ନବଜୌବନ ଦର୍ଶନ ଅନୁଷ୍ଠିତ ହେବ । ଅନ୍ୟପକ୍ଷେ ଜୁଲାଇ ୧୨ ରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ସେଥିଲାଗି ଭୋର ୪ ଟାରେ ମଙ୍ଗଳା ଆଳତି , ୬ ଟା ୪୫ ରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଦିଆଯିବ । ମହାପ୍ରଭୂଙ୍କ ସେନାପାଟ ବିଧି ୭ ଟାରୁ ୧୧ ଟା ମଧ୍ୟରେ ଶେଷ ହେବ । ୧୧ ଟା ୪୫ ହେବ ମଙ୍ଗଳା ଅର୍ପଣ ଏହା ସହିତ ଅପରାହ୍ନ ୧୨ ଟାରୁ ବାହୁଡା ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ ମଧ୍ୟରେ ଶେଷ ହେବ ।
ଅପରାହ୍ନ ୨ ଟା ୩୦ ରୁ ୩ଟା ୩୦ ମଧ୍ୟରେ ବାହୁଡା ଛେରା ପହଁରା ନୀତି ରହିଛି । ଏହାପରେ ଅପରାହାହ୍ନ ୪ ଟାରେ ଶ୍ରୀମନ୍ଦିର ଅଭିମୁଖେ ରଥ ଟଣା ହେବ । ସିଂହଦ୍ୱାର ସମ୍ମୁଖରେ ତନି ଠାକୁରଙ୍କର ରଥ ବିଜେ ହେବା ପରେ ଜୁଲାଇ ୧୩ ତାରିଖ ସନ୍ଧ୍ୟାରେ ସୁନାବେଶ ଅନୁଷ୍ଠିତ ହେବ । ପାରମ୍ପାରିକ ରୀତି ନୀତି ଅନୁଯାୟୀ ଜୁଲାଇ ୧୪ ତାରିଖରେ ଅଧରପଣା , ଜୁଲାଇ ୧୫ ତାରିଖରେ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ ।
ଜୁଲାଇ -୪ ରଥଯାତ୍ରା
ଜଉଲାଇ-୫ ଗୁଣ୍ଡିଚାଘର ପହଣ୍ଡି
ଜୁଲାଇ- ୮ ହେରା ପଞ୍ଚମୀ
ଜୁଲାଇ – ୯ ଦକ୍ଷୀଣ ମୋଡ
ଜୁଲାଇ – ୧୧ ସନ୍ଧ୍ୟା ଦର୍ଶନ
ଜୁଲାଇ – ୧୨ ବାହୁଡା ଯାତ୍ରା
ଜୁଲାଇ – ୧୩ ସୁନାବେଶ
ଜୁଲାଇ – ୧୪ ଅଧରପଣା
ଜୁଲାଇ – ୧୫ ନିଳାଦ୍ରୀ ବିଜେ