ଲଣ୍ଡନ (ଏଟିଆର ବ୍ୟୁରୋ); ଆଜି ବିଶ୍ୱକପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଏବଂ ପାକିସ୍ତାନ ଭେଟିବା ପାଇଁ ଯାଉଛନ୍ତି । ଏହି ମ୍ୟାଚ ଉପରେ ରହିଛି ବିଶ୍ୱର ନଜର । ଯେବେ ବି ଏହି ଦୁଇ ଖେଳନ୍ତି ତାପୂର୍ବରୁ ନୂଆ ନୂଆ କଥା ନଜରକୁ ଆସିଥାଏ । ଆଜି ମ୍ୟାଚ ପୂର୍ବରୁ ପ୍ରଂଶସକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଶୁଭେଛା ଜଣାଇଛନ୍ତି । ତେବେ ୱେଷ୍ଟଇଣ୍ଡିଜ ଓପନର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ନିଜ ଟ୍ୱିଟର ପେଜରେ ଦୁଇ ଦଳକୁ ଶୁଭେଛା ଜଣାଇଛନ୍ତି ।
Yup! I’m rocking my india 🇮🇳 Pakistan 🇵🇰 Suit, all love and respect!😉 ✌🏿… I really love it and this will be one of my outfit at my birthday party September 20th 😁…its lit 🔥 👌🏿🕺🏾🥂 #FashionOverStyle #UniverseBoss… https://t.co/GnXrSBiSqa
— Chris Gayle (@henrygayle) June 15, 2019
ଗେଲ ନିଜ ଟ୍ୱିଟର ପେଜରେ ଭାରତ ଏବଂ ପାକିସ୍ତାନର ଲୋଗୋ ଥିବା ଏକ ସୁଟ୍ ପିନ୍ଧିଛନ୍ତି । ଗୋଟିଏ ପଟ ହାତରେ ଭାରତ ରହିଥିବା ବେଳେ ଅନ୍ୟପଟେ ରହିଛି ପାକିସ୍ତାନ । କ୍ରିସ ଗେଲ ଟୁଇଟ କରି କହିଛନ୍ତି ଯେ, ଏହି ମୁକାବିଲାକୁ ନେଇ ମୁଁ ସୁଟରେ ଖୁସି ବିତାଉଛି । ମୁଁ ମୋର ଏହି ସୁଟକୁ ବହୁତ ଭଲ ପାଏ । ଏହି ସୁଟକୁ ମୁଁ ମୋର ଜନ୍ମଦିନ ଅବସରରେ ସେପ୍ଟେମ୍ବର ୨୦ରେ ମଧ୍ୟ ପିନ୍ଧିବି ।
ଗେଲଙ୍କ ଏହି ଟ୍ୱିଟରେ ଭିନ୍ନ ଭିନ୍ନ କମେଣ୍ଟ ଆସିଛି । ଆଜିର ମ୍ୟାଚରେ ବର୍ଷା ବାଧକ ସାଜିପାରେ । ଲଣ୍ଡନ ପାଣିପାଗ ସୂଚନା ଅନୁଯାୟୀ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ତେବେ ଆଜି ଯଦି ବର୍ଷା ପାଣିଚିଆ କରାଏ ତେବେ କ୍ରିକେଟ ପ୍ରେମୀଙ୍କୁ ଲାଗିବ ଶକ୍ତ ଝଟକା । ଏହି ଦୁଇ ଦେଶର ମ୍ୟାଚ ଦେଖିବା ପାଇଁ ସମସ୍ତେ ଚାହିଁ ବସିଥାନ୍ତି ।