ମାଞ୍ଚେଷ୍ଟର (ଏଟିଆର ବ୍ୟୁରୋ); ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା । ଦୃତ ବୋଲର ଭୁବନେଶ୍ୱର କୁମାର ହୋଇଛି ଆହତ । ତେବେ ସେ ଆଗାମି ତିନୋଟି ମ୍ୟାଚ ଖେଳିବେ ନାହିଁ ବୋଲି ଅଧିନାୟକ କୋହଲି ସୂଚନା ଦେଇଛନ୍ତି । ତେବେ ଭୁବିଙ୍କ ସ୍ଥାନରେ ସାମି ଦଳକୁ ଫେରିବେ ବୋଲି ଅଧିକ ଆଶା ରହିଛି । ଭୁବି ଏବେ ଦମଦାର ଫର୍ମରେ ଥିଲେ । ଭାରତ ପକ୍ଷରୁ ସେ ପ୍ରଥମେ ବୋଲିଂ ଆରମ୍ଭ କରୁଥିଲେ ।
ଗତକାଲି ପାକିସ୍ତାନ ବିପକ୍ଷ ହାଇଭୋଲଟେଜ ମ୍ୟାଚରେ ବୋଲିଂ କରୁଥିବା ବେଳେ ଭୁବିଙ୍କ ଗୋଡ ମକଚି ହୋଇଯାଇଥିଲା । ଆଘାତ ଏତେ ଜୋରରେ ହୋଇଥିଲା ଯେ ସେ ଓଭର ସମ୍ପୂର୍ଣ୍ଣ କରି ପାରିନଥିଲେ । ବାକିଥିବା ଦୁଇ ବଲ ପକାଇଥିଲେ ବିଜୟ ଶଙ୍କର । ଭୁବି ଗତକାଲି ୨ଓଭର ୪ଟି ବଲ ପକାଇ ୮ରନ ବ୍ୟୟ କରିଥିଲେ । ଭଲ ସ୍ପେଲରେ ସେ ଖେଳ ଆରମ୍ଭ କରିଥିଲେ । କିନ୍ତୁ ଆଘାତ ହେବା ପରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା ।
ଭାରତୀୟ ଦଳର ଉଦୀୟମାନେ ଓପନର ଶିଖର ଧାୱନ ଆହତ ହୋଇ ବସିଥିବା ବେଳେ ଭୁବିଙ୍କ ଆହତ ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ତେବେ ଆଗାମି ଦିନରେ ଯେମିତି ଅନ୍ୟ କେହି ଖେଳାଳି ଆହତ ନହୁଅନ୍ତି ସେଥିଲାଗି ଠାକୁରଙ୍କୁ ଡାକୁଛନ୍ତି ଭାରତୀୟ କ୍ରିକେଟ ପ୍ରେମୀ । ଚଳିତ ବିଶ୍ୱକପରେ ଭାରତ ୪ଟି ମ୍ୟାଚରୁ ୩ଟି ଜିତିଥିବା ବେଳେ ଗୋଟିଏ ବାତିଲ ହୋଇଛି ।