ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ଆତଙ୍କବାଦୀଙ୍କ ଗୁଳିରେ ଓଡିଆ ଯବାନ ସହିଦ । ଜମ୍ମୁରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମଙ୍ଗଳବାର ସକାଳେ ଗୁଳି ବିନିମୟ ହୋଇଥିଲା । ଏଥିରେ ଓଡିଆ ଯବାନ ଅଜିତ ସାହୁ ସହୀଦ ହୋଇଛନ୍ତି । ତାଙ୍କ ଘର ଢ଼େଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଳକ ବଡସୁଆଁଳ ଗାଁରେ । ଆଜି ସକାଳରେ ତାଙ୍କ ବାପାଙ୍କୁ ସେନା କ୍ୟାମ୍ପରୁ ଫୋନ କଲ ଆସିଥିଲା । ଏହି ଖବର ପାଇବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ସହିଦଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ୨୦୧୫ରେ ସେମାନେ ଯୋଗ ଦେଇଥିଲେ ଅଜିତ ।
ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ବିଶେଷ ସୂତ୍ରରୁ ଖବର ପାଇବା ପରେ ସେନା ସେଠାରେ ସର୍ଚ୍ଚ ଅପରେଶନ ଚଳାଇଥିଲା । ଏହି ସମୟରେ ଉଭୟ ଆତଙ୍କବାଦୀ ଏବଂ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଯବାନ ହୋଇଛି ବିରପୁତ୍ର ଅଜିତ । ତେବେ ହମଲା କରିଥିବା ଆତଙ୍କବାଦିମାନେ ପାକିସ୍ତାନର ବୋଲି ସୂଚନା ମିଳିଛି । ଗୁଟ-ଜୈସ-ଏ-ମହମ୍ମଦର ସଦସ୍ୟ ବୋଲି ଶୁଣିବାକୁ ମିଳୁଛି ।
ଆଜି ରାତିରେ ବିର ସହିଦ ଅଜିତଙ୍କ ମର ଶରୀର ଓଡିଶା ଅଣାଯିବ ବୋଲି ଶୁଣିବାକୁ ମିଳୁଛି । ଶେଷ ଦର୍ଶନ ପାଇଁ ସମସ୍ତେ ଚାହିଁ ବସିଛନ୍ତି । ପରିବାର ଏବଂ ବନ୍ଧୁ ବାନ୍ଧବମାନେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି । ଏହା ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଓଡିଶାରୁ ଦୁଇ ଜଣ ସହିଦ ହୋଇଥିଲେ ।