ହିମାଚଳ ପ୍ରଦେଶ (ଏଟିଆର ବ୍ୟୁରୋ ) ; ଖାତକୁ ଖସିପଡିଲା ଗାଡି ଚାଲିଗଲା ୧୩ ଜଣକ ଜୀବନ । ଦୁର୍ଘଟଣାରେ ଜୀବନ ହାରିଲେ ୩ ଟି ପରିବାରର ୧୩ ଜଣ ବ୍ୟକ୍ତି । ଏଭଳି ଦୁଖଃଦ ଘଟଣା ହିମାଚଳ ପ୍ରଦେଶର ସିମଲା ଠାରେ ଘଟିଛି । ପ୍ରଥମେ ଭାରସାମ୍ୟ ହରାଇ ଗୋଟିଏ ଯାତ୍ରୀବାହୀ ଗାଡି ଓଲଟି ପଡିବା ପରେ ଏକ ଖାତ ତଳକୁ ଖସି ପଡିଥିଲା । ତେବେ ମୃତକଙ୍କ ମଧ୍ୟରେ ୩ ଦମ୍ପତିଥିବା ଜଣାପଡିଛି । ସେମାନେ ସମସ୍ତେ ଏକ ଫୋର୍ସ ଟ୍ରାକ୍ସ କ୍ରୁଜର୍ରେ ସ୍ୱରଠାରୁ ଟିୟୁନି ଯାଉଥିବା ବେଳେ ସନାଲିଠାରେ ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।
ସେପଟେ ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୩ ଜଣ ଆହତଙ୍କୁ ସଂଗେ ସଂଗେ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ତାରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟପଟେ ସେମାନଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଶିମଲା ଏସ୍ପି ଓମ୍ପାତି ଜମ୍ୱାଲ କହିଛନ୍ତି ।