ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁକ୍ରେନର ଖାରକିଭରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଗତକାଲି ରାତିରେ ୬ ଘଣ୍ଟା ଆକ୍ରମଣ ବନ୍ଦ କଲା ଋଷ । ଭାରତର ଉଦ୍ୟମ କ୍ରମେ ଋଷ ଏହି ବଡ ଆଶ୍ୱସ୍ତି ଦେଇଛି । ଏହା ଭାରତୀୟ କୁଟନୀତିଜ୍ଞ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମର ବଡ ସଫଳତା ବୋଲି କୁହାଯାଉଛି ।
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ଖାରକିଭରେ ଋଷ ଆଶ୍ୱସ୍ତି ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଋଷ ରାଷ୍ଟ୍ରପତିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୁଟିନଙ୍କୁ ସାହାଯ୍ୟ ମାଗିଥିଲେ ମୋଦି । ଏହାପରେ ଖାରକିଭରେ ୬ ଘଣ୍ଟା ପାଇଁ ଆକ୍ରମଣ ବନ୍ଦ ରହିଥିଲା ।
ନୀତିନ ଗୋଖଲେ ଟ୍ୱିଟ କରି କହିଛନ୍ତି କି, ଖାରକିଭରେ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଋଷ ି ସମସ୍ତ ଭାରତୀୟଙ୍କୁ ସେଠାରୁ ବାହାର କରିବା ପାଇଁ ଗତକାଲି ରାତିରେ ୬ ଘଣ୍ଟା ଯୁଦ୍ଧ ବନ୍ଦ କରିଦେଇଥିଲା ।